ସରିଲା ମାଟ୍ରିକ୍‌ ଅଫଲାଇନ ପରୀକ୍ଷା। ଆସନ୍ତା ୧୨ରୁ ଖାତା ଦେଖା ହେବ। ବୋର୍ଡ ସଭାପତି ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି।  ୯ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାଯିବ। ୩ରୁ ୪ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ, ପ୍ରଶ୍ନପତ୍ର ବଦଳରେ ବୋର୍ଡ ସଭାପତି କହିଛନ୍ତି ଯେ ତୃଟି ହୋଇଥିବା ସାମନାକୁ ଆସିଛି । ଏହାର ବିଭାଗୀୟ ତଦନ୍ତ ଚାଲିଛି। ତେବେ ଘଣ୍ଟାଏ ମଧ୍ୟରେ ତ୍ରୁଟି ସୁଧାର କରାଯାଇ ଛାତ୍ରଛାତ୍ରୀଙ୍କୁ ଅଧିକ ୧ ଘଣ୍ଟା ସମୟ ଦିଆଯାଇଥିଲା।