ଫାଇଲିନ୍ ଚାଲିଗଲା, ଜମିରୁ ପାଣି ବି ଛାଡ଼ିଗଲା ହେଲେ ଚାଷ ଜମିରେ ରହିଗଲା ୫ଫୁଟ ଉଚ୍ଚର ନଦୀ ବାଲି । ଏହାରି ଭିତରେ ୧୦ବର୍ଷ ବିତିଗଲାଣି ହେଲେ ଜମିରୁ ବାଲି ବାହାର କରିପାରିଲାନି ପ୍ରଶାସନ । ଫଳରେ ଶହ ଶହ ଏକର ଚାଷ ପଡ଼ିଆ ପଡ଼ିଛି ଆଉ ଚାଷୀ ଭୋଗୁଛି ଦୁର୍ଦ୍ଦଶା ।