ରାଜ୍ୟରେ ପୁଣି ୬୯ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୨୪୧କୁ ବୃଦ୍ଧି ପାଇଛି। ତାଲିକାରେ ଆଜି ଖୋର୍ଦ୍ଧା ଜିଲ୍ଲା ଉପରେ ରହିଛି। ଜିଲ୍ଲାରୁ ସର୍ବାଧିକ ୨୨ ଜଣ ରୋଗୀ ପ୍ରାଣ ହରାଇଥିବା କୁହାଯାଇଛି। ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ଉପରେ ଥିବାବେଳେ ଆଜି ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରୁ ୧,୯୨୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।