Last updated: 27 August 2021, 10:02 PM IST
ଦେଶୀ ମଦରେ ବିଦେଶୀ ତଡ଼କା। ମଦ ପ୍ରସ୍ତୁୁତ ପାଇଁ ମହୁଲ ପୋଚରେ ମିଶୁଛି ଦାମୀ ଫଳ। ମହୁଲର ପୋଚରେ ସେଓ, ଅଙ୍ଗୁର, ଡାଳିମ୍ବ, ବେଦନା, ପିଜୁଳି ଭଳି ଫଳ ମିଶାଇ ମାଫିଆମାନେ ପ୍ରସ୍ତୁତ କରୁଛନ୍ତି ମଦ। ଦେଶୀ ମଦ ପ୍ରତି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ମାଫିଆଙ୍କ ଏହି ନୂଆ ଫଣ୍ଡା ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଞ୍ଚନ ନଗରରେ ଦେଖିବାକୁ ମିଳିଛି। ଅବକାରୀ ବିଭାଗର ଚଢ଼ାଉ ବେଳେ ଏହି ଘଟଣା ସାମ୍ନାକୁ ଆସିଛି।