Indian hockey team
Advertisment
୪୧ ବର୍ଷ ପରେ ହକିରେ ଇତିହାସ ରଚିଲା ଭାରତ। ଟୋକିଓ ଅଲମ୍ପିକରେ ପୁରୁଷ ହକିର ଐତିହାସିକ ବିଜୟ। ଭାରତ ପାଇଁ ଆଉ ଏକ ପଦକ ଆଣି ଦେଇଛି ଭାରତର ପୁରୁଷ ହକି ଟିମ୍ । ଏଥି ସହିତ ପୁଣି ଏକ ବ୍ରୋଞ୍ଜ ପଡିଛି ଭାରତ ଖାତାରେ । ଏହାକୁ ମିଶାଇ ଭାରତ ପଦକ ସଂଖ୍ୟା ୪ରେ ପହଞ୍ଚିଛି। ଆଜି ଭାରତ ପୁରଷ ହକିରେ ଜର୍ମାନକୁ ହରାଇ ଏହି ଗୌରବ ହାସଲ କରିଛି। ଟୋକିଓ ଅଲମ୍ପିକ୍ର ବ୍ରୋଞ୍ଜ ପଦକ ପାଇଁ ଆଜି ଭାରତ- ଜର୍ମାନ କଡା ମୁକାବିଲା ହୋଇଥିଲା। ହେଲେ ଭାରତ ୫-୪ ଗୋଲରେ ଜର୍ମାନକୁ ହରାଇ ଏହି ପଦକ ଛଡ଼ାଇ ନେଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us