ପଞ୍ଚତାରକା ହୋଟେଲ ଢାଞ୍ଚାରେ ନିର୍ମାଣ ହୋଇଛି ଗାନ୍ଧୀନଗରର ରେଳ ଷ୍ଟେସନ । ଏହି ରେଳ ଷ୍ଟେସନରେ  ବିମାନ ବନ୍ଦର ଭଳି ଯାତ୍ରୀଙ୍କୁ ମିଳିବ ସହାୟତା । ୭ ଶହ ୯୦ କୋଟି ବ୍ୟୟ ଅଟକଳରେ ଗାନ୍ଧୀନଗର ରେଳ ଷ୍ଟେସନର ନବୀନିକରଣ କରାଯାଇଛି । ଏହି ଷ୍ଟେସନର ଠିକ୍ ଉପରେ ରହିଛି ଅତ୍ୟାଧୁନିକ ପଞ୍ଚତାରକା ହୋଟେଲ ।