ସାମାନ୍ୟ ବର୍ଷାରେ ଢେଉ ଭାଙ୍ଗୁଛି ପାଣି । ତା ସାଙ୍ଗକୁ କାଦୁଅ ପଚପଚ୍ ରାସ୍ତା । ବାଲେଶ୍ୱର ଜିଲ୍ଲା ମୁନସିପାଲଟି ୧୯ ନମ୍ବର ଲେନ୍ ରାସ୍ତାର ଦୁର୍ଦଶା କହିଲେ ନସରେ । ସାମାନ୍ୟ ବର୍ଷା ହେଲେ ଏଠି ଆଣ୍ଠୁଏ ଆଣ୍ଠୁଏ ପାଣି । ହୋଲ୍ଡଂ ଟ୍ୟାକ୍ସ ଦେବା ସତ୍ୱେ ସମସ୍ୟା ମୁକୁଳି ପାରୁନଥିବା  ସ୍ଥାନୀୟଲୋକ ଅଭିଯୋଗ କରିଛନ୍ତି ।  ତେବେ ସମସ୍ୟା ନେଇ ସ୍ଥାନୀୟ ଲୋକ ବିଧାୟକଙ୍କୁ ଜଣାଇଛନ୍ତି ।