ଭୁବନେଶ୍ୱରରେ ATM ଲୁଟ୍ ଉଦ୍ୟମ ପଣ୍ଡ; ୨ ଗିରଫ । ବଢ଼େଇବାଙ୍କ ଛକରେ ଏକ ATMକୁ ହ୍ୟାକ୍ କରି ଲୁଟ୍ ଉଦ୍ୟମ କରୁଥିବା ବେଳେ ଧରାପଡିଲେ । ଲିଙ୍ଗରାଜ ଥାନା ପୋଲିସ ଦ୍ୱାରା ୨ ଜଣ ଗିରଫ ହୋଇଥିବାବେଳେ, ଅନ୍ୟ ଜଣେ କାର୍ ସହ ଚମ୍ପଟ୍ ମାରିଥିବା ସୂଚନା । ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।