ଜଗନ୍ନାଥ ହେଉଛନ୍ତି ପ୍ରତି ଓଡ଼ିଆଙ୍କ ପ୍ରାଣ ଆଉ ହୃଦୟ ସ୍ପନ୍ଦନ । ମହାପ୍ରଭୁ ଜଗନ୍ନାଥଙ୍କ ବିନା ସବୁକିଛି ଅଧୁରା । ଏଥିରୁ ମନୋରଂଜନ ଦୁନିଆ ଅବା ବାଦ୍ ପଡିବବା କେମିତି । ଜଗନ୍ନାଥଙ୍କୁ ନେଇ ଅନେକ ସିନେମା ଆଉ ଗୀତ ତିଆରି ହୋଇଛି । ଆଉ ଏହି ଧାରା ଏବେ ବି ଜାରି ରହିଛି ।

ଓଡ଼ିଆ ଦର୍ଶକ ଏବଂ ଶ୍ରୋତାଙ୍କୁ ସବୁବେଳେ ମନଛୁଆଁ ଆଉ ନିଆରା ଗୀତ ଦେଇଆସୁଥିବା ‘ତରଙ୍ଗ ମ୍ୟୁଜିକ୍‌’ ଏବେ ଜଗନ୍ନାଥଙ୍କୁ ନେଇ ପ୍ରସ୍ତୁତ କରିଛି ଆଉ ଏକ ଭାବବିହ୍ୱଳ ଭଜନ । ଏହି ଭଜନଟିର ଶୀର୍ଷକ ‘ମୋ ଜଗନ୍ନାଥ’ ରଖାଯାଇଛି । ବିଶିଷ୍ଠ ଗୀତିକାର ନିର୍ମଳ ନାୟକ ଏହଇ ଗୀତର ରଚନା କରିଛନ୍ତି । ଆଉ ସଂଗୀତରେ ସଜେଇଛନ୍ତି ବିନାୟକ ପଣ୍ଡା ।