By: Tapaswini Nayak
Last updated: 21 March 2025, 01:51 PM IST
କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସୋସିଆଲ ମିଡିଆରେ ସେୟାର କଲେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । କୋରାପୁଟରେ ଫିଲ୍ମ ସୁଟିଂ ପରେ ମୁମ୍ବାଇ ଫେରିଛନ୍ତି ପ୍ରିୟଙ୍କା । ହେଲେ ଦେଓମାଳିର ଦେଶୀଆ ରାସ୍ତା, ସବୁଜିମା ଓ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭୁଲିପାରିନାହାନ୍ତି । ବାଟରୁ କିଣିଛନ୍ତି ପାଚିଲା ପିଜୁଳି, ଭିଡିଓ ଜାରି କରି ପିଜୁଳି ବିକୁଥିବା ମହିଳାଙ୍କୁ କରିଛନ୍ତି ପ୍ରଶଂସା ।