By: Sarbeswar
Last updated: 10 December 2022, 10:33 PM IST
ଜାତୀୟ ଶିକ୍ଷା ନୀତି ଆଧାରରେ ବଦଳିବ ଯୁକ୍ତ ତିନିର ଢାଞ୍ଚା । ପିଲାଏ ତିନି ବର୍ଷ ବଦଳରେ ୪ ବର୍ଷ ପାଠ ପଢିବେ । ଅଧାରୁ ପାଠ ଛାଡିଲେ ବି ପୁଣି ଥରେ ଛାଡିଥିବା ବର୍ଷରୁ ପାଠ ପଢିପାରିବେ । ଡ୍ରପ୍ ଆଉଟ ହାର କମାଇବା ସହ ପିଲାଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଶିକ୍ଷାନୀତିରେ ଏହି ବ୍ୟବସ୍ଥା ରହିଛି ।