ସ୍କୁଲ ସ୍ମାର୍ଟ, ହେଲେ ବ୍ୟବସ୍ଥା ଅତି ଦୟନୀୟ । ବାହାରୁ ଦେଖିଲେ ଯେତିକି ଚକାଚକ୍, ଭିତର ଦେଖିଲେ ସେତିକି ଫମ୍ପା । ଯାଜପୁର ଧର୍ମଶାଳା ବ୍ଲକ୍ ଅଣ୍ଟିଆରେ ଥିବା ପଞ୍ଚାୟତ ହିଙ୍ଗୁଳା ସରକାରୀ ହାଇସ୍କୁଲର ଏମିତି ଅବସ୍ଥା । ମାତ୍ର ବର୍ଷକ ତଳେ ପୁରୁଣା ସ୍କୁଲର ହୁଲିଆ ପରିବର୍ତ୍ତନ ପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଛି । ସ୍କୁଲ ପରିବେଶ ଦେଖିଲେ ଏଠି ଯେ ପୁରା ଠିକଣା ବ୍ୟବସ୍ଥାରେ ପାଠପଢ଼ା ଚାଲିନଥିବ, ତାହା ଧାରଣା ବି ଭୁଲ । କିନ୍ତୁ ଏଠି କଳାପଟା ବଦଳରେ କବାଟରେ ପାଠ ଲେଖୁଛନ୍ତି ଶିକ୍ଷକ ମହାଶୟ ।