Advertisment

Woman Constable : ପୋଲିସ ବାରାକରେ ଝୁଲି ପଡ଼ିଲେ ମହିଳା କନଷ୍ଟେବଳ...

ପୋଲିସ ବାରାକରେ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବାଲେଶ୍ୱର ପୋଲିସ ବାରାକରେ ଘଟିଛି ଦୁଃଖଦ ଘଟଣା।

ଅଦ୍ୟତନ ହୋଇଛି
Advertisment

ପୋଲିସ ବାରାକରେ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାଲେଶ୍ବର ପୋଲିସ ବାରାକରେ ଏହି ଘଟଣା ଘଟିଛି । ଆଜି ବାରାକରେ ମହିଳା କନଷ୍ଟେବଳ ଯଶୋଦା ଦାସ୍‌ଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଅନ୍ୟ ସହଯୋଗୀମାନେ ଉଦ୍ଧାର କରି ତୁରନ୍ତ ବାଲେଶ୍ବର ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । 

Advertisment

ଯଶୋଦାଙ୍କ ଘର ରେମୁଣା ଥାନା ମନ୍ଦାରପୁର ଅଞ୍ଚଳରେ ବୋଲି ଜଣାପଡିଛି । ତେବେ ପ୍ରେମ ଜନିତ କାରଣରୁ ଯଶୋଦା ଜୀବନ ହାରିଥିବା ଅଭିଯୋଗ ହୋଇଛି । ବ୍ୟକ୍ତିଗତ କାରଣରୁ କନଷ୍ଟେବଳ ଯଶୋଦା ଏହି ପଦକ୍ଷେପ ନେଇଥିବା ପ୍ରାଥମିକ ଯାଞ୍ଚରୁ ଅନୁମାନ କରାଯାଉଛି । ଏବେ ତଦନ୍ତ ଚାଲୁଛି, ତଦନ୍ତ ଶେଷ ହେଲେ ଜଣାପଡ଼ିବ କଣ ହୋଇଛି ବୋଲି କହିଛନ୍ତି ବାଲେଶ୍ବର ଏସପି ।

Odisha Police Balasore Crime News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ