Advertisment

ସୁପାରୀ ଦେଇ ପ୍ରେମିକକୁ ମର୍ଡର

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗାଁର ଡ୍ରମପେଡ ମାଷ୍ଟର ଡମ୍ବରୁଧର ଅଧିକାରୀଙ୍କୁ ଗତ ୨୫ ତାରିଖ ରାତିରେ ଅତି ନିର୍ମମ ଭାବ ହତ୍ୟା କରାଯାଇଛି ... ଯାହାକୁ ନେଇ ସେହି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି...

Advertisment

ଆଗରେ ଡ୍ରେମପେଡ... ଆଉ ତାଙ୍କ ହାତର ଜାଦୁଗରିରେ ଶୁଭୁଛି ସୁନ୍ଦର ବାଦ୍ୟର ଧୁନ୍ । ସଂଗୀତର ତାଳେ ତାଳେ ଡ୍ରମ୍ ପେଡ ମାଷ୍ଟର ଡମ୍ବରୁଧର ନାଚି ନାଚି ବଜାଉଛନ୍ତି ଡ୍ରମପେଡ । ଇଏ ଏମିତି ସେମିତି କଳାକାର ନୁହଁନ୍ତି । ଇଏ ହେଉଛନ୍ତି ପଶ୍ଚିମ ଓଡିଶାର ଜଣେ ଜଣାଶୁଣା ଡ୍ରମପେଡ ମାଷ୍ଟର । ହେଲେ ଆଉ ଶୁଭିବନି ତାଙ୍କର ହାତର ଜାଦୁଗରୀରେ ଏହି ର୍ଡମପେଡର ଧୁନ । କାରଣ ସବୁଦିନ ନିରବି ଯାଇଛି ତାଙ୍କର ହାତ । ନିରବି ଯାଇଛି ତାଙ୍କର ଡ୍ରମପେଡ । କାରଣ ସେ ସବୁଦିନ ପାଇଁ ଚାଲିଯାଇଛନ୍ତି ଆରପାରିକୁ । ସୈତାନ ପ୍ରେମିକାର ସୁପାରି କିଲର ତାଙ୍କୁ ଏଦୁନିଆଁରୁ ଆରପାରିକୁ ପଠାଇଦେଇଛି । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗାଁର ଡ୍ରମପେଡ ମାଷ୍ଟର ଡମ୍ବରୁଧର ଅଧିକାରୀଙ୍କ କଥା । ଯାହାଙ୍କୁ ଗତ ୨୫ ତାରିଖ ରାତିରେ ଅତି ନିର୍ମମ ଭାବ ହତ୍ୟା କରାଯାଇଛି । । ଏବେ ହତ୍ୟାକାରୀମାନଙ୍କୁ କଠୋର ଦଣ୍ଡବିଧାନ ପଇଁ ଦାବି କରିଛନ୍ତି ପରିବାର ଲୋକଙ୍କ ସହ ଗ୍ରାମବାସୀ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ