Last updated: 16 October 2024, 10:13 PM IST
ଘର ଭିତରେ ବସିଥିଲା ହାଇ ଫ୍ରିକ୍ବେନ୍ସିର ସ୍ପେଶାଲ୍ ମିନି ଟାୱାର । ରୁମ୍ ପାଲଟିଥିଲା ୱାର୍ ରୁମ୍ । ୫ଟି ଲାପଟପ୍, ୧୦ଟି ମୋବାଇଲ ସହ ୫ରୁ ଅଧିକ ଭାଷାରେ କଥା ହୋଇ କରୁଥିଲେ ଫ୍ରଡ୍ । ଏୟାରଫିଲ୍ଡ ଥାନା ସୁନ୍ଦରପଦାର କାଞ୍ଚନ ଟାୱାର । ଫ୍ଲାଟ୍ ନମ୍ବର- A-205। ଏଇଠି ଚାଲିଥିଲା ସାଇବର ଠକଙ୍କ କଲ୍ ସେଣ୍ଟର । ଏଇ ଘରେ ବସି ଦୁନିଆ ଲୋକଙ୍କୁ ଚୂନା ମାରୁଥିଲେ ୬ ଯୁବକ । କେତେବେଳେ ଫେକ୍ କଲ କରି କାହା ଆକାଉଣ୍ଟ ସଫା କରି ଦେଉଥିଲେ ତ ଆଉ କେତେବେଳେ ନ୍ୟୁଡ କଲ କରି ବ୍ଲାକ ମେଲିଂ କରିବା ସହ ମାରି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଝାଡ଼ଖଣ୍ଡର ଯାମତରା ନୁହେଁ ଯେମିତି ଭୁବନେଶ୍ବର ପାଲଟିଲାଣି ସାଇବର ଠକଙ୍କ ନୂଆ ରାଜଧାନୀ । ସାଇବର ଠକଙ୍କ ଏ ନୂଆ ଠିକଣାର ସୁରାକ ପାଇ କମିଶନରେଟ୍ ପୋଲିସର ଅତର୍କିତ ଚଢ଼ାଉ କରିଥିଲା ।