Advertisment

ଧରାପଡ଼ିଲେ କାର୍ ସ୍କାମ୍ ମାଷ୍ଟରମାଇଣ୍ଡ ବଣ୍ଟି-ବବଲି ଯୋଡ଼ି

ଧରାପଡ଼ିଲେ କାର୍ ସ୍ମାମର ମାଷ୍ଟରମାଇଣ୍ଡ୍ ବଣ୍ଟି ଔର୍ ବବଲି ଯୋଡ଼ି। ଶତାଧିକ ଲୋକଙ୍କୁ ଚୂନ ଲଗାଇ ୪୦ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି ଏହି ଦଂପତି ।

Advertisment

ରିହାତିରେ କାର୍। ଡିସକାଉଣ୍ଟରେ ବ୍ରାଣ୍ଡ୍ ନ୍ୟୁ। ୧୮ ଲକ୍ଷର କାର୍ ମାତ୍ର ୯ ଲକ୍ଷରେ। ବାସ୍ ଏମିତି କିଛି ବିଜ୍ଞାପନ, ଏମିତି କିଛି ପ୍ରଚାର କରି ଏହି ଦମ୍ପତି ଠକି ନେଇଛନ୍ତି ୪୦ କୋଟି। ରାଜଧାନୀର ଛାତି ଉପରେ ମାସ ମାସ ଧରି ଚାଲିଥିବା ସ୍କାମ୍ ଉପରୁ ଏବେ ପରଦା ହଟିବାରେ ଲାଗିଛି। ସ୍ୱାମୀ ଅକ୍ଷୟ ଗୌଡ଼, ସ୍ତ୍ରୀ ଉଷାରାଣୀ ବାରିକ । ଏକାଧିକ ବ୍ୟକ୍ତିଙ୍କୁ କାର୍ ଲୋଭ ଦେଖାଇ ଚୂନ ଲଗାଇଛନ୍ତି । ଯାହାର ପ୍ରମାଣ ହେଉଛି କୋର୍ଟ ପେପରରେ ହୋଇଥିବା ଅନେକ ଚୁକ୍ତିପତ୍ର । ଯେଉଁଥିରେ ପ୍ରଥମ ଓ ଦ୍ୱିତୀୟ ପକ୍ଷ ହିସାବରେ ସ୍ୱାମୀ-ସ୍ତ୍ରୀ ରହିଥିବା ବେଳେ ତୃତୀୟ ପକ୍ଷ ହେଉଛନ୍ତି ଗ୍ରାହକ । ଆଉ ଏହି ତାଲିକାକୁ ଦେଖିଲେ ଯାହାର ବି ହୋସ୍ ଉଡ଼ିଯିବ। କାହାଠୁ ୫ କୋଟି ତ, କାହାଠୁ ୩ କୋଟିରୁ ଅଧିକ ଟଙ୍କା ନିଆଯାଇଛି । ତା ଛଡ଼ା ଟଙ୍କା ଫେରାଇ ଦେବା ପାଇଁ କିସ୍ତି ଓ ତାରିଖ ବି ଧାର୍ଯ୍ୟ ହୋଇଛି । ଆଉ ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ଫେରାଇ ନପାରିଲେ ଆଇନ ଅନୁଯାୟୀ ଦଣ୍ଡିତ ହେବୁ ବୋଲି ଏଠିରେ ଉଲ୍ଲେଖ ରହିଛି।

Advertisment
Odisha News Bhubaneswar Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ