ବନ୍ଧୁକ ମାଜିଲେ ମହିଳା, ପୋଲିସ ପାଇଗଲା କାରଖାନା ଠିକଣା । ଦେଖୁନାହାନ୍ତି ବନ୍ଧୁକୁ କେମିତି ରଗଡ଼ି ରଗଡ଼ି ମଜା ଚାଲିଛି । ସତେ ଯେମିତି କୌଣସି ପୁରଣା ବାସନ କି କୌଣସି ଯୋତା । ପୁରା ଦମ୍‌ରେ ଲାଗିପଡ଼ିଛନ୍ତି ସଫା କରିବାରେ । ଶୁଣନ୍ତୁ ତାଙ୍କ ନିକଟରେ ଜଣେ ବ୍ୟକ୍ତି ତାଙ୍କୁ କିଛି କହୁଛନ୍ତି । ଆଉ ତା’ ପରେ ବି ମହିଳା ଜଣକ ବନ୍ଧୁକକୁ ମାଜି ସଫାକରିବାରେ ବ୍ୟସ୍ତ ।

ଗୋଟିଏ କି ଦୁଇଟି ନୁହେଁ ମହିଳାଙ୍କ ପାଖରେ ଅଛି ଚାରି ଚାରିଟି ବନ୍ଧୁକ । ଆଉ ସେ ସବୁକୁ ଗୋଟିଏ ପରେ ଗୋଟିଏ ମାଜିବାରେ ଲାଗି ପଡ଼ିଛନ୍ତି । ଏ ଭିଡିଓଟି ହେଉଛି ମଧ୍ୟପ୍ରଦେଶର । ଯାହା କି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୋଲିସ ଏହାକୁ ଦେଖିବା ପରେ ତଦନ୍ତ କରି ଖାଲି ଏ ମହିଳାଙ୍କୁ ନୁହେଁ ପୁରା ବନ୍ଧୁକ କାରଖାନା ଠାବ କରିଛି ।