Advertisment

ଭୁବନେଶ୍ୱରରେ ଚନ୍ଦା-ବାୱରିଆ ଲୁଟେରା ଗ୍ୟାଙ୍ଗକୁ ନେଇ ଚିନ୍ତାରେ କମିଶନରେଟ୍ ପୋଲିସ୍

ଗତ ୮ ଦିନ ମଧ୍ୟରେ ୮ଟି ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ସମସ୍ତ ଚୋରି ପଛରେ ରହିଛି ଏହି ଚନ୍ଦା ଗ୍ୟାଙ୍ଗ। ପୋଲିସ ସୂଚନା ଅନୁସାରେ, ଗ୍ୟାଙ୍ଗରେ ୫ ରୁ ୬ଜଣ ସଦସ୍ୟ ରହିଛନ୍ତି। ଗ୍ୟାଙ୍ଗର ସଦସ୍ୟ ଦିନ ବେଳା ବାଇକରେ ଆସି ରେକି କରନ୍ତି ଏବଂ ରାତିରେ ଲୁଟପାଟ କରୁଛନ୍ତି।

Advertisment

ଭୁବନେଶ୍ବରରେ ମାତିଛନ୍ତି ଦୁଇ ଲୁଟେରା ଗ୍ୟାଙ୍ଗ। ରାଜରାସ୍ତାରେ ବାୱରିଆ ଗ୍ୟାଙ୍ଗ ଏକୁଟିଆ ମହିଳାଙ୍କୁ ଦେଖି ଗହଣା ଝାମ୍ପି ନେଉଥିବା ବେଳେ ଘର ଭିତରେ ପଶି କଳାକନା ବୁଲାଉଛନ୍ତି ଚନ୍ଦା ଗ୍ୟାଙ୍ଗ। ଗତ ୮ ଦିନ ମଧ୍ୟରେ ରାଜଧାନୀର ବଭିନ୍ନ ଅଞ୍ଚଳରୁ ୮ ଟି ଘରେ ଚନ୍ଦା ଗ୍ୟାଙ୍ଗ କଳାକନା ବୁଲାଇ ସାରିଲେଣି। ସେହିଭଳି ବାୱରିଆ ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ପୋଲିସ ଗିରଫ କରିଥିଲେ ବି ଏକାକୀ ମର୍ଣ୍ଣିଂ ୱାକରେ ଯାଉଥିବା ଲୋକଙ୍କ ମନରେ ଏବେବି ଭୟ ରହିଛି। 

Advertisment
Bhubaneswar Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ