Commissionerate Police
ପୋଲିସ ପାରିଲାନି...ଲୋକେ ପାରିବେ ! ରାଜଧାନୀରେ ଲାଗିଲା ଆପାର୍ଟମେଣ୍ଟ ଲୁଟେରାଙ୍କ ୱାଣ୍ଟେଡ୍ ପୋଷ୍ଟର । ବସ୍ ବେ' ରେ, ଇଲେକ୍କ୍ରି ଖୁଣ୍ଟରେ, କାନ୍ଥରେ, ବାଡ଼ରେ। ଜନଗହଳିପୂର୍ଣ୍ଣ ଜୟଦେବ ବିହାର ଛକରେ ପୋଲିସ ପକ୍ଷରୁ ଲଗାଯାଇଛି ଆପାର୍ଟମେଣ୍ଟ ଲୁଟେରାଙ୍କ ଏସବୁ ପୋଷ୍ଟରକୁ। ଆଉ ଚିହ୍ନି ରଖନ୍ତୁ ରାଜଧାନୀ ବାସିନ୍ଦାଙ୍କୁ ନାକେଦମ୍ କରି ରଖିଥିବା ଲୁଟେରାମାନଙ୍କ ଏ ଚେହେରା ସବୁକୁ। ୱାଣ୍ଟେଡ୍ ପୋଷ୍ଟରରେ ଲେଖାଯାଇଛି, ଉପରୋକ୍ତ ଅପରାଧୀମାନେ ଭୁବନେଶ୍ୱର ସ୍ଥିତ ବିଭିନ୍ନ ଆପାର୍ଟମେଣ୍ଟ, ଫ୍ଲାଟ୍ ଓ ଘରୁ ସୁନା ଗହଣା ଲୁଟ୍ କରିଥାନ୍ତି। ଏମାନଙ୍କ ସମ୍ପର୍କରେ ସୂଚନା ଦିଅନ୍ତୁ। ୧୦ ହଜାର ଟଙ୍କା ପୁରସ୍କାର ଜିତନ୍ତୁ। ସୂଚନାଦାତାଙ୍କ ନାଁ, ଠିକଣା ଗୋପନ ରଖାଯିବ। ଏଥିପାଇଁ ଦୁଇଟି ନମ୍ବର ବି ସାର୍ବଜନୀନ କରାଯାଇଛି। ଭୁବନେଶ୍ୱରର ସବୁ ଛକ, ବଜାର, ବସ୍ଷ୍ଟାଣ୍ଡ, ରେଲୱେ ଷ୍ଟେସନରେ ଲଗାଯାଇଛି ଏମିତି ୱାଣ୍ଟେଡ୍ ପୋଷ୍ଟର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us