ଅର୍ଚ୍ଚନା ମାମଲାରେ କେନ୍ଦ୍ରୀୟ ଏଜେନ୍ସି ତଦନ୍ତ ନେଇ କାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇଶାରା ଆଉ ଆଜି ଇଡିରେ ମାମଲା ଘଟଣାକୁ ନେଇ ବଢିଛି ବଡବଡିଆଙ୍କ ହାର୍ଟବିଟ୍ । ED କେଉଁ ଦିଗରେ ତଦନ୍ତ କରିବ, ରାଡାର୍‌ରେ କେଉଁମାନେ ରହିଛନ୍ତି ? ତାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍ ଧରିଛି । ଇଡି ତଦନ୍ତ ଦ୍ୱାରା ଶାସକ ଦଳ ନେତାଙ୍କ ମୁଖା ଖୋଲିବ ବୋଲି ବିଜେପି କହିଥିବା ବେଳେ କଂଗ୍ରେସ କହିଛି ସତ୍ୟାସତ୍ୟ ପଦାକୁ ଆସିବା ଦରକାର । ଜବାବରେ ବିଜେଡି କହିଛି, ନିର୍ବାଚନ ସମୟରେ ଏଭଳି ଧମକ ନଦେଇ, ତଦନ୍ତ କରନ୍ତୁ