Advertisment

Special Story: ମୁଣ୍ଡରେ ବନ୍ଧୁକ ଲଗାଇ ୮ ବର୍ଷର ପିଲାକୁ ଅପହରଣ କରିନେଲେ

ପୁଅ ଅପେକ୍ଷାରେ ମା। ହତବାକ ହୋଇଯାଇଛି ମା। ୨୦ ଲକ୍ଷ ଟଙ୍କା ଦିଅ ନହେଲେ ମୁଣ୍ଡ କାଟ କରିଦେବୁ। ମୁଣ୍ଡରେ ବନ୍ଧୁକ ଲଗାଇ ପିଲାକୁ ଅପହରଣ କରିଥିବା ଅଭିଯୋଗ ।

Advertisment

ଡେଲାଙ୍ଗର ଆର୍ଶୀବାଦ ଅପହରଣ ଓ ହତ୍ୟା ଘଟଣା ମନରୁ ଲିଭି ନଥିବା ବେଳେ ଭୁବନେଶ୍ବରର ଏୟାରଫିଲଡ ଥାନା ଅନ୍ତର୍ଗତ ପାଞ୍ଚଗାଁରେ ପୁଣି ଥରେ ୮ ବର୍ଷର ପିଲାକୁ ଅପହରଣ ଘଟଣା ହଇଚଇ ସୃଷ୍ଟି କରିଛି। କାହିଁକି ଓ କେଉଁ ପରିସ୍ଥିତିରେ ପିଲାକୁ ଅପହରଣ କରାଯାଇଛି? ଅପହରଣକାରୀ କିଏ ? ଗାଁର ନା ବାହାରର ଅଞ୍ଚଳର? ପିଲାଟିର ସ୍କୁଲ ଆଇ କାର୍ଡରେ ଥିବା ନମ୍ବରକୁ ଫୋନ କରି ୨୦ ଲକ୍ଷ ଟଙ୍କା ମାଗିଥିଲା କାହିଁକି? ଟଙ୍କା ଦିଅ ନଚେତ ମୁଣ୍ଡ କାଟିଦେବା ଭଳି ଧମକ ଦେଇଥିଲା ଅପହରଣକାରୀ। ଅପହରଣ ହୋଇଥିବା ପିଲାଟିର ବାପାର ପାଟିରୁ କଥା ବାହାରୁନି। ଅପହରଣ ଘଟଣା ପ୍ରଘଟ ପରଠୁ ପିଲାଟିର ସମ୍ପର୍କୀୟ ପାଞ୍ଚ ଗାଁ ରେ ପହଞ୍ଛିଛନ୍ତି। ପିଲାଟିର ଆସିବା ବାଟକୁ ଅପେକ୍ଷା କରିଛନ୍ତି।

Advertisment
Bhubaneswar Commisionerate Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ