କରୋନା ଟିକାକରଣ ଅଭିଯାନରେ ଶିଥିଳତା । ଆଶାନୁରୂପ ଚାଲିନି ଦ୍ୱିତୀୟ ଡୋଜ୍ ଟିକାକରଣ । ପ୍ରଥମ ଡୋଜ୍ ନେବାର ୩ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଲୋକେ ଦ୍ୱିତୀୟ ଡୋଜ୍ ନେଉ ନାହାନ୍ତି। ତୀୟ ଡୋଜ୍ ପ୍ରତି ଅନାଗ୍ରହ, କେବଳ ଗ୍ରାମାଞ୍ଚଳରେ ନୁହେଁ ସାରା ରାଜ୍ୟରେ ସମାନ ସ୍ଥିତି । ସରକାରଙ୍କ ସୂଚନା ଅନୁସାରେ ସେପ୍ଟେମ୍ବର ୨୧ ତାରିଖ ସୁଦ୍ଧା ୧ କୋଟି ୩ ଲକ୍ଷ ୭୯ ହଜାର ୯୩୭ ଲୋକଙ୍କ ଦ୍ୱିତୀୟ ଡୋଜ୍ ନେବାର ସମୟ ହେଲାଣି । କିନ୍ତୁ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ମାତ୍ର ୭୫ ଲକ୍ଷ ୩୩ ହଜାର ୮୮୨ ଜଣ । ଅର୍ଥାତ ପ୍ରାୟ ୨୮ ଲକ୍ଷ ୪୬ ହଜାରରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି ।