Advertisment

ଯୋଜନା ନାଁରେ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ

ବାଲେଶ୍ୱର: ସର୍ବଶିକ୍ଷା ଅଭିଯାନରେ ସରକାରଙ୍କ ରୋଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । ଯୋଜନା ନାଁରେ ସରକାରୀ ଅର୍ଥକୁ ଅଧିକାରୀମାନେ ଆତ୍ମସାତ କରୁଛନ୍ତି। ଏଭଳି ଏକ ଅଭିଯୋଗ ହୋଇଛି ବାଲେଶ୍ୱର ଜିଲ୍ଲାରୁ। ବାଲେଶ୍ୱର ଜିଲ୍ଲା ବୋଳଂଚକ ୟୁଜିୟୁପି ସ୍କୁଲରେ ଅବ୍ୟବସ୍ଥାରେ ପାଠପଢ଼ା ଚାଲିଛି। ସ୍କୁଲର ବାରଣ୍ଡାରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ୨୦୧୦ରେ ସର୍ବଶିକ୍ଷା ଯୋଜନାରେ ସ୍କୁଲର ଶ୍ରେଣୀଗୃହ ନିର୍ମାଣ ପାଇଁ ୯ଲକ୍ଷ ୬୦ହଜାର ଟଙ୍କା ଆସିଥିଲା। କିନ୍ତୁ ସ୍କୁଲ […]

ଯୋଜନା ନାଁରେ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ

vlcsnap-error016

Advertisment

ବାଲେଶ୍ୱର: ସର୍ବଶିକ୍ଷା ଅଭିଯାନରେ ସରକାରଙ୍କ ରୋଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । ଯୋଜନା ନାଁରେ ସରକାରୀ ଅର୍ଥକୁ ଅଧିକାରୀମାନେ ଆତ୍ମସାତ କରୁଛନ୍ତି। ଏଭଳି ଏକ ଅଭିଯୋଗ ହୋଇଛି ବାଲେଶ୍ୱର ଜିଲ୍ଲାରୁ।

Advertisment

ବାଲେଶ୍ୱର ଜିଲ୍ଲା ବୋଳଂଚକ ୟୁଜିୟୁପି ସ୍କୁଲରେ ଅବ୍ୟବସ୍ଥାରେ ପାଠପଢ଼ା ଚାଲିଛି। ସ୍କୁଲର ବାରଣ୍ଡାରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ୨୦୧୦ରେ ସର୍ବଶିକ୍ଷା ଯୋଜନାରେ ସ୍କୁଲର ଶ୍ରେଣୀଗୃହ ନିର୍ମାଣ ପାଇଁ ୯ଲକ୍ଷ ୬୦ହଜାର ଟଙ୍କା ଆସିଥିଲା। କିନ୍ତୁ ସ୍କୁଲ ଗୃହ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ସ୍କୁଲଘରର ପ୍ଲାଷ୍ଟରିଂ, ରଙ୍ଗ, ଝରକା ଏବଂ କବାଟ କାମ ବର୍ତ୍ତମାନ ଯାଏ ଶେଷ ହୋଇନାହିଁ। ସ୍କୁଲ ଗୃହ ପାଇଁ ଆସିଥିବା ସମସ୍ତ ଟଙ୍କା ଉଠା ଯାଇଥିବା ବେଳେ ନିର୍ମାଣ କାମ କିନ୍ତୁ ଏଯାଏ ସରିନାହିଁ। ବିଦ୍ୟାଳୟରେ ୬୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ଗୃହ ନଥିବାରୁ ଅଧପନ୍ତରିଆ ଘର ବାରଣ୍ଡାରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।

୨୦୧୦ ମସିହାରେ ସର୍ବଶିକ୍ଷା ଯୋଜନାରେ ବିଦ୍ୟାଳୟ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ବିଦ୍ୟାଳୟର ଶୌଚାଳୟ ପାଇଁ ୯୮ହଜାର ଟଙ୍କା ଆସିଥିବା ବେଳେ ଶୌଚାଳୟ ନିର୍ମାଣ ହୋଇନାହିଁ। ସେହିପରି ବିଦ୍ୟାଳୟ ଲାଇବ୍ରେରୀ ପୁସ୍ତକ ସାଙ୍ଗକୁ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଆସିଥିବା ୯୯ହଜାର ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଯାଇଛି। ତା’ର ମଧ୍ୟ କୌଣସି ଚିହ୍ନବର୍ଣ୍ଣ ନାହିଁ। ପାନୀୟ ଜଳ ବ୍ୟବସ୍ଥା କଥା ନ କହିଲେ ଭଲ। ଏହା ଭିତରେ ଦୁଇ ଜଣ ପ୍ରଧାନ ଶିକ୍ଷକଙ୍କ ବଦଳି ହୋଇଥିବାବେଳେ ବିଦ୍ୟାଳୟର କିନ୍ତୁ ଅବସ୍ଥା ସୁଧୁରିନି। ଅନ୍ୟପଟେ ବିଦ୍ୟାଳୟ ପ୍ରଧାନଶିକ୍ଷକ କହିଛନ୍ତି ତାଙ୍କୁ କୌଣସି କ୍ୟାସ୍‌ବୁକ ମିଳିନାହିଁ କି ବିଦ୍ୟାଳୟର ପାସବୁକ୍‌ରେ ଏ ସଂପର୍କରେ କୌଣସି ଟଙ୍କା ନାହିଁ। ଅନ୍ୟପକ୍ଷରେ ଏ ସମସ୍ତ  ଅଭିଯୋଗକୁ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଲିଆପାଳ ବ୍ଲକ ଶିକ୍ଷାଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

(ଜଳେଶ୍ୱରରୁ ଅଜିତ କୁମାର ଦାସଙ୍କ ରିପୋର୍ଟ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ