Advertisment

ବିସ୍ଫୋରଣରେ ଏଯାଏ ୩ ଓଡ଼ିଶାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ

ଅାନ୍ଧ୍ରପ୍ରଦେଶ  : ଅାନ୍ଧ୍ରପ୍ରଦେଶ କର୍ଣ୍ଣୁଲ ପଥର ଖାଦାନ ବିସ୍ଫୋରଣରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ତିନି ମୃତକ ହେଲେ ଭୀମ ନାହାକ, ଦୁର୍ଯ୍ୟୋଧନ ନାହାକ ଓ ମନୋରଂଜନ ନାହାକ। ଅାଗରୁ ଦୁର୍ଯ୍ୟୋଧନ ଓ ମନୋରଂଜନଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଅାଜି ସକାଳେ ଭୀମଙ୍କ ମୃତଦେହ ମିଳିଛି।  ଭୀମଙ୍କ ଗାଁ ହେଉଛି ରମ୍ଭା ଅଞ୍ଚଳର ଝାରିଡ଼ି ରାଧାଗୋବିନ୍ଦପୁର। ଦୁର୍ଯ୍ୟୋଧନ ଓ ମନୋରଂଜନଙ୍କ ଘର ମଧ୍ୟ ରମ୍ଭା ଅଞ୍ଚଳର ବି.ଟି. ନୂଆଁଗାଁରେ। ବିସ୍ଫୋରଣରେ […]

ବିସ୍ଫୋରଣରେ ଏଯାଏ ୩ ଓଡ଼ିଶାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ

andhrapradesh

Advertisment

ଅାନ୍ଧ୍ରପ୍ରଦେଶ  : ଅାନ୍ଧ୍ରପ୍ରଦେଶ କର୍ଣ୍ଣୁଲ ପଥର ଖାଦାନ ବିସ୍ଫୋରଣରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ତିନି ମୃତକ ହେଲେ ଭୀମ ନାହାକ, ଦୁର୍ଯ୍ୟୋଧନ ନାହାକ ଓ ମନୋରଂଜନ ନାହାକ।

Advertisment

ଅାଗରୁ ଦୁର୍ଯ୍ୟୋଧନ ଓ ମନୋରଂଜନଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଅାଜି ସକାଳେ ଭୀମଙ୍କ ମୃତଦେହ ମିଳିଛି।  ଭୀମଙ୍କ ଗାଁ ହେଉଛି ରମ୍ଭା ଅଞ୍ଚଳର ଝାରିଡ଼ି ରାଧାଗୋବିନ୍ଦପୁର। ଦୁର୍ଯ୍ୟୋଧନ ଓ ମନୋରଂଜନଙ୍କ ଘର ମଧ୍ୟ ରମ୍ଭା ଅଞ୍ଚଳର ବି.ଟି. ନୂଆଁଗାଁରେ।

ବିସ୍ଫୋରଣରେ ଗୁରୁତର ହୋଇ କର୍ଣ୍ଣୁଲ ସରକାରୀ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ୬ ଅାହତଙ୍କ ଭିତରେ ମଧ୍ୟ ୩ ଜଣ ଓଡ଼ିଆ ଶ୍ରମିକ ଅଛନ୍ତି। ଅାହତମାନେ ହେଲେ ଗଞ୍ଜାମ ଜିଲ୍ଲା ବଡ଼ ଗୁଞ୍ଜର ଗାଁର ପାଣ୍ଡବ ନାହାକ, ବିଟନା ବଳା ଗାଁର ରାମଚନ୍ଦ୍ର ନାହାକ ଓ ରମ୍ଭା ଥାନା ଅଞ୍ଚଳର ରାଜେନ୍ଦ୍ର।

Advertisment

ଗଂଜାମ ଜିଲ୍ଲା ଶ୍ରମ ଅଧିକାରୀ ଓ ଶ୍ରମ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ଏକ ଦୁଇ ଜଣିଅା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌କୁ ସେଠାକୁ ପଠାଯାଇଥିବା କହିଛନ୍ତି, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ।  ବିସ୍ଫୋରଣରେ ମୋଟ ୧୫ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ୧୨ ଜଣ ନିଖୋଜ ଅଛନ୍ତି।  ଘଟଣାରେ ଖଣି ମାଲିକ ଶ୍ରୀନିବାସ ଚୌଧୁରୀଙ୍କ ନାଁରେ ଜାମିନ ବିହୀନ କେସ୍ ରୁଜୁ କରାଯାଇଛି। ଖଣି ମାଲିକ ଶ୍ରୀନିବାସ ଜଣେ ଟିଡିପି ନେତା ବୋଲି କୁହାଯାଉଛି।

ହାତୀ ବାଲେଗଲ ଗାଁରେ ଥିବା ଏକ ଗ୍ରାନାଇଟ୍ ପଥର ଖାଦାନରେ ହୋଇଥିବା ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ପ୍ରଭାବରେ ପଡ଼ୋଶୀ ଅାଲୁର ଗାଁର ୧୦ଟି ଘର ଭୁଶୁଡି ପଡିବା ସହ ୩ଟି ଟ୍ରାକ୍ଟର, ୨ଟି ଟ୍ରକ୍‌ ଓ ଅଫିସ୍‌ ସଂପୂର୍ଣ୍ଣ ରୂପେ ପୋଡ଼ି ଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ