Advertisment

କରୋନାକୁ ମାତ ଦେବ ଏଇ ଦୁଇ ଆୟୁର୍ବେଦିକ ଔଷଧ

ନୂଆଦିଲ୍ଲୀ:  କରୋନା ଚିକିତ୍ସା କ୍ଷେତ୍ରରେ ନୂଆ ଆଶାର କିରଣ ଦେଖା ଦେଇଛି ।  କରୋନା ଚିକିତ୍ସା ପାଇଁ ୨ଟି ଆୟୁର୍ବେଦିକ ମେଡିସିନକୁ କେନ୍ଦ୍ର ଆୟୁଷ ମନ୍ତ୍ରାଳୟର ଅନୁମୋଦନ ମିଳିଛି । ଏହି ଔଷଧ ଦୁଇଟି ହେଉଛି କଫସୁରା କୁଦିନିର ଏବଂ ଆୟୁଷ-୬୪।…

କରୋନାକୁ ମାତ ଦେବ ଏଇ ଦୁଇ ଆୟୁର୍ବେଦିକ ଔଷଧ

medicine

Advertisment

ନୂଆଦିଲ୍ଲୀ:  କରୋନା ଚିକିତ୍ସା କ୍ଷେତ୍ରରେ ନୂଆ ଆଶାର କିରଣ ଦେଖା ଦେଇଛି ।  କରୋନା ଚିକିତ୍ସା ପାଇଁ ୨ଟି ଆୟୁର୍ବେଦିକ ମେଡିସିନକୁ କେନ୍ଦ୍ର ଆୟୁଷ ମନ୍ତ୍ରାଳୟର ଅନୁମୋଦନ ମିଳିଛି । ଏହି ଔଷଧ ଦୁଇଟି ହେଉଛି କଫସୁରା କୁଦିନିର ଏବଂ ଆୟୁଷ-୬୪। ସେଣ୍ଟ୍ରାଲ କାଉନସିଲ୍ ଫର୍ ରିସର୍ଚ୍ଚ ଇନ୍ ଆୟୁର୍ବେଦିକ ସାଇନ୍ସ ଦ୍ୱାରା ପ୍ରସ୍ତୁତ ହୋଇଛି ଏହି ମେଡିସିନ ।

Advertisment

ଏହି ମେଡିସିନ ଲକ୍ଷଣବିହୀନ, ସାମାନ୍ୟ ଓ ମଧ୍ୟମ ଲକ୍ଷଣ ଥିବା କରୋନା ରୋଗୀଙ୍କ କ୍ଷେତ୍ରରେ ଫଳପ୍ରଦ ହେଉଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ଏହାକୁ କରୋନା ରୋଗୀମାନେ ବ୍ୟବହାର କରିପାରିବେ । ମ୍ୟାଲେରିଆର ଚିକିତ୍ସା ପାଇଁ ପୂର୍ବରୁ ଏହି ଦୁଇ ମେଡିସିନକୁ ବିକଶିତ କରାଯାଇଥିଲା । କିନ୍ତୁ ଏବେ ଏହା କରୋନା ଚିକିତ୍ସାରେ ଫଳପ୍ରଦ ହେଉଥିବା ଜଣାପଡ଼ିଛି। କୋଭିଡ କେୟାର କେନ୍ଦ୍ରରେ ଏହି ଔଷଧ ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ମନ୍ତ୍ରାଳୟ ପକ୍ଷରୁ ଅନୁରୋଧ କରାଯାଇଛି

ସୂଚନା ଥାଉ କି, ଦେଶରେ କୋଭିଡ ସଂକ୍ରମଣ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି ମୁକାବିଲା ପାଇଁ ସାଧନର ଅଭାବକେଉଁଠି ବେଡ଼ ନାହିଁ ତ କେଉଁଠି ଅକ୍ସିଜେନ ନାହିଁ ପୁଣି କେଉଁଠି ମେଡ଼ିସିନ ମିଳୁନି ଏପରି ସ୍ଥିତିରେ କରୋନା ଚିକିତ୍ସା ପାଇଁ ବାହାରିଥିବା ଆୟୁର୍ବେଦିକ ଔଷଧ ଆଶ୍ଵସ୍ତି ଆଣିଛି । 

Advertisment

ଅନ୍ୟପକ୍ଷେ ଟିକାକୁ ନେଇ ବଡ଼ ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ । ଆସନ୍ତା ଡିସେମ୍ବର ସୁଦ୍ଧା ୨୧୬ କୋଟି ଟିକା ଉପଲବ୍ଧ ହେବା ନେଇ ଭି.କେ ପଲ କହିଛନ୍ତି। ଏହାସହ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଟିକା ଅଭାବ ସମସ୍ୟା ଦୂର ହେବ । ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨୧୬ କୋଟି ଟିକା ଦେଶରେ ଉପଲବ୍ଧ ହେବ। କୋଭିସିଲ୍ଡ,, କୋଭାକ୍ସିନ ସହ ବହୁ ବିଦେଶୀ କଂପାନୀ ଟିକା ବି ମିଳିବ । ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୭୫ କୋଟି କୋଭିସିଲ୍ଡ ଉପଲବ୍ଧ ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ