Advertisment

୩ ମାସ ହେଲାଣି ଦରମା ପାଇନାହାନ୍ତି ନର୍ସ

ବୁର୍ଲା ଭିମସାରରେ ନର୍ସ ହାଲ୍ଲାବୋଲ କରିଛନ୍ତି। ତିନିମାସର ଦରମା ଦାବିରେ ହସପିଟାଲ ମ୍ୟାନେଜରଙ୍କୁ ଘେରାଉ କରିଛନ୍ତି ନର୍ସ। ଗତ ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଜି.ଏନ.ଏମ ମାନେ ଗତ ଡିସେମ୍ବର ମାସରେ ରେଗୁଲାର ହୋଇଥିଲେ

୩ ମାସ ହେଲାଣି ଦରମା ପାଇନାହାନ୍ତି ନର୍ସ

vimsar

Advertisment

ସମ୍ବଲପୁର: ବୁର୍ଲା ଭିମସାରରେ ନର୍ସ ହାଲ୍ଲାବୋଲ କରିଛନ୍ତି। ତିନିମାସର ଦରମା ଦାବିରେ ହସପିଟାଲ ମ୍ୟାନେଜରଙ୍କୁ ଘେରାଉ କରିଛନ୍ତି ନର୍ସ। ଗତ ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଜି.ଏନ.ଏମ ମାନେ ଗତ ଡିସେମ୍ବର ମାସରେ ରେଗୁଲାର ହୋଇଥିଲେ। ନିଜ ଜୀବନକୁ ବାଜି ରଖି କରୋନା ବିପକ୍ଷରେ ଲଢେଇ କରୁଥିବା ଏହି କୋଭିଡ ଯୋଦ୍ଧା ମାନେ ଗତ ତିନି ମାସ ହେଲା ଦରମା ପାଇ ନାହାନ୍ତି ବୋଲି ଜଣାପଡ଼ିଛି। କୋଭିଡ ସମୟରେ ବିନା ଦରମାରେ କାମ କରିବା ନର୍ସମାନଙ୍କ ପାଇଁ କଷ୍ଟକର ହେବାରୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଦରମା ପ୍ରଦାନ ପାଇଁ ଜଣାଇଥିଲେ।

Advertisment

କିନ୍ତୁ କେହି ନଶୁଣିବାରୁ ଆଜି ଶେଷରେ ହସପିଟାଲ ମ୍ୟାନେଜରଙ୍କୁ ଘେରାଉ କରିବା ସହ ହୋହାଲ୍ଲା କରିଥିଲେ ନର୍ସମାନେ। ଏପରିକି ହସପିଟାଲ ଅଧିକ୍ଷକଙ୍କ ଅଫିସ ସମ୍ମୁଖରେ ଧାରଣାରେ ମଧ୍ୟ ବସିଛନ୍ତି। ତା ସହିତ ଏ.ଡି.ଏମ.ଓଙ୍କୁ ମଧ୍ୟ କିଛି ସମୟ ପାଇଁ ଘେରାଉ କରିଥିଲେ ଉତ୍ୟକ୍ତ ନର୍ସ। ତେବେ ପରିସ୍ଥିତିକୁ ନଜରରେ ରଖି ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି। ନର୍ସମାନେ ଆନ୍ଦୋଳନ କରୁଥିବାରୁ ଚିକିତ୍ସା ସେବାରେ ବାଧା ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ