Advertisment

ଦାହ ପାଇଁ ଲାଇନ୍‌ ଲଗାଉଛନ୍ତି ଶବ....

ଭୟଙ୍କର ହେଉଛି ମେ। କରୋନା ସଂକ୍ରମଣ ସାଙ୍ଗକୁ ହୁ ହୁ ବଢୁଛି କରୋନା ମୃତକଙ୍କ ସଂଖ୍ୟା। ସ୍ଥିତି ଏମିତି ଯେ, ସରକାରୀ ତଥ୍ୟ ଅନୁଯାୟୀ ଦ୍ୱିତୀୟ ଲହର ତାର ଘାତକ ରୂପ ଦେଖାଇବା ପରଠୁ ଏପ୍ରିଲ୍ ମାସରେ ଯେଉଁଠି ୧୨୨ ଜଣଙ୍କ ମୃତ୍ୟୁ ହୋଇଥିଲା, ସେଠି ମେ ମାସର ପ୍ରଥମ ୯ ଦିନରେ ଗଲାଣି ୧୩୭ ଜୀବନ।

ଦାହ ପାଇଁ ଲାଇନ୍‌ ଲଗାଉଛନ୍ତି ଶବ....

Corona Virus

Advertisment
  • ରାଜ୍ୟରେ ଭୟଙ୍କର ହେଉଛି ମେ
  • ୨୪ ଘଣ୍ଚାରେ ୧୯ ଜଣଙ୍କୁ ମିଶାଇ ୯ ଦିନରେ ୧୩୭ ମୃତ
  • ବିଶେଷଜ୍ଞଙ୍କ ମତ, ସଂକ୍ରମଣ ବଢୁଥିବାରୁ ବଢୁଛି ମୃତ୍ଯୁସଂଖ୍ୟା
  • ଅନ୍ୟ ରାଜ୍ୟ ତୁଳନାରେ ମୃତୁ୍ୟହାର ଯଥେଷ୍ଟ କମ୍
  • ମଶାଣି କହୁଛି ଭିନ୍ନ କାହାଣୀ
Advertisment

ଭୁବନେଶ୍ୱର: ଭୟଙ୍କର ହେଉଛି ମେ। କରୋନା ସଂକ୍ରମଣ ସାଙ୍ଗକୁ ହୁ ହୁ ବଢୁଛି କରୋନା ମୃତକଙ୍କ ସଂଖ୍ୟା। ସ୍ଥିତି ଏମିତି ଯେ, ସରକାରୀ ତଥ୍ୟ ଅନୁଯାୟୀ ଦ୍ୱିତୀୟ ଲହର ତାର ଘାତକ ରୂପ ଦେଖାଇବା ପରଠୁ ଏପ୍ରିଲ୍ ମାସରେ ଯେଉଁଠି ୧୨୨ ଜଣଙ୍କ ମୃତ୍ୟୁ ହୋଇଥିଲା, ସେଠି ମେ ମାସର ପ୍ରଥମ ୯ ଦିନରେ ଗଲାଣି ୧୩୭ ଜୀବନ। ମହାମାରୀର ଏ ଘାତକ ରୂପକୁ ନେଇ ଚିନ୍ତା ବଢୁଥିଲା ବେଳେ ବିଶେଷଜ୍ଞଙ୍କ କହିବା କଥା ସଂକ୍ରମଣ ବଢୁଥିବାରୁ ସ୍ୱାଭାବିକ ଭାବେ ମୃତ୍ୟୁସଂଖ୍ୟା ବି ବଢୁଛି। ହେଲେ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ମୃତ୍ୟୁହାର ଯଥେଷ୍ଟ କମ୍ ରହୁଛି। ଏହାସତ୍ତ୍ୱେ ଅନେକ ସ୍ଥାନରେ ଅହରହ ଜଳୁଥିବା ଶ୍ମଶାନର ଜୁଇ ଲୋକଙ୍କ ସନ୍ଦେହ ବଢାଉଛି।

ବଲାଙ୍ଗିର ସହର ବିଜାଖମନର ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଗୋଟିଏ ଚିତ୍ର ବୟାନ କରୁଛି ସ୍ଥିତି କେତେ ଗମ୍ଭୀର ରହିଛି? ଗୋଟିଏ ଶଙ୍ଗାଡ଼ିରୁ ନିଆଁ ଲିଭିନି ଆଉ ସଜ ହେଲାଣି କଳା ପଲିଥିନରେ ଢଙ୍କା ଆଉ ଏକ ମୃତ ଦେହ। ନିଆଁ ଅପେକ୍ଷାରେ ଶ ଲଗାଉଛନ୍ତି ଲାଇନ୍‌। ଆଉ ଠିକ୍‌ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କଟକ ସତୀ ଚଉରା ଶ୍ମଶାନରେ। ଏଠି ବି ସ୍ଥିତି ପାଖାପାଖି ସମାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୋଟିଏ ଜୁଇ ଜଳୁଛି, ଆରଟିର ଶବ ପାଖେ ମୁଣ୍ଡକୋଡ଼ି ପରିଜନ କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଆଉ ଶ୍ମଶାନ ଗେଟ୍ ସାମ୍ନାରେ ଗଦା ହୋଇଥିବା କାଠ ବି ନିରବରେ ମୃତ୍ୟୁର କାହାଣୀ କହୁଛି। ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ଥିତି ଏମିତି ହେଲାଣି। ହେଲେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଶ୍ମଶାନକୁ ନିଇତି ଆସୁଥିବା ଶବ ସହ ପ୍ରଶାସନ ପକ୍ଷରୁ ଦିଆଯାଉଥିବା କୋଭିଡ୍ ମୃତ୍ୟୁର ତାଲିକାରେ ବିରାଟ ଖାଇ ଦେଖି ମୃୃତ୍ୟୁସଂଖ୍ୟା ଲୁଚାଯାଉଥିବାର ଅଭିଯୋଗ ଆଣିଲେଣି ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନ।

Advertisment

ଏପଟେ ସରକାରୀ ତଥ୍ୟ କହୁଛି, ରାଜ୍ୟରେ କେବଳ ଏଇ ମେ ମାସର ପ୍ରଥମ ୯ ଦିନରେ ମହାମାରୀ ୧୩୭ ଜୀବନ ନେଲାଣି କରୋନା। ମେ ପହିଲାରୁ ଏଯାବତ୍ କେବଳ ଦୁଇ ଦିନକୁ ଛାଡ଼ିଦେଲେ ପ୍ରତିଦିନ ୧୪ କିମ୍ବା ତା ଉପରେ ମୃତ୍ୟୁର ଟ୍ରେଣ୍ଡ ରହୁଛି। ରାଜ୍ୟକୁ କରୋନା ଛୁଇଁବା ପରଠୁୁ ଗତକାଲି ସର୍ବାଧିକ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଆଜି ବି ଆଉ ୧୯ ଜଣଙ୍କ ଜୀବନ ଯାଇଛି। ତେବେ ରାଜ୍ୟରେ ଦ୍ୱିତୀୟ ଲହର ଅନୁଭୂତ ହେବା ପରଠୁ ଏପ୍ରିଲ୍ ମାସରେ କରୋନାରେ ୧୧୨ ଜଣଙ୍କ ମୃତ୍ୟୁ ହୋଇଥିଲା। ବେଳେ ଚଳିତ ମାସ ୯ ଦିନ ଭିତରେ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଚିନ୍ତା ବଢ଼ାଇଛି। ହେଲେ ବିଶେଷଜ୍ଞଙ୍କ କହିବା କଥା ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାର ଡେଇଁ ସାରିଥିବାରୁ ସେହି ଅନୁସାରେ ସ୍ୱାଭାବିକ ଭାବେ ମୃତ୍ୟୁ ସଂଖ୍ୟା ବି ବଢ଼ିଛି। ହେଲେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁହାର ଯଥେଷ୍ଟ କମ ରହିଛି।

ବଲାଙ୍ଗିରରୁ ମନରଞ୍ଜନ ଯୋଶୀ ଓ କଟକରୁ ଦେବାଶିଷ ମହାନ୍ତିଙ୍କ ରିପୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ