Advertisment

ଅବଢ଼ା ରାଜନୀତି: ଘଡ଼ିକେ ଛୁଟୁଛି ଘୋଡ଼ା

ପୁରୀ: ଶ୍ରୀମନ୍ଦିର ପରିସରରେ ଲାଗିଥିବା ଅବଢ଼ା ରେଟ୍ ଚାର୍ଟକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଏ ସଂପର୍କରେ ସେ କିଛି ଜାଣି ନାହାନ୍ତି। ଏପରିକି ସେ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ରେଟ୍ ଚାର୍ଟ ଲାଗି ନାହିଁଁ, କିଏ ଲଗାଇଛି ମୁଁ ଜାଣିନାହିଁ। ସେ ଏହାକୁ ଅନୁମୋଦନ କରିନଥିବାରୁ ରେଟ୍ ଚାର୍ଟକୁ କାଢ଼ି ନିଅାଯିବ ବୋଲି ମଧ୍ୟ କହିଛନ୍ତି ପ୍ରଦୀପ୍ତ ମହାପାତ୍ର। ହେଲେ ଲୋକ ସଂପର୍କ ଅଧିକାରୀ […]

ଅବଢ଼ା ରାଜନୀତି: ଘଡ଼ିକେ ଛୁଟୁଛି ଘୋଡ଼ା

puri

Advertisment

ପୁରୀ: ଶ୍ରୀମନ୍ଦିର ପରିସରରେ ଲାଗିଥିବା ଅବଢ଼ା ରେଟ୍ ଚାର୍ଟକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଏ ସଂପର୍କରେ ସେ କିଛି ଜାଣି ନାହାନ୍ତି।

Advertisment

ଏପରିକି ସେ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ରେଟ୍ ଚାର୍ଟ ଲାଗି ନାହିଁଁ, କିଏ ଲଗାଇଛି ମୁଁ ଜାଣିନାହିଁ। ସେ ଏହାକୁ ଅନୁମୋଦନ କରିନଥିବାରୁ ରେଟ୍ ଚାର୍ଟକୁ କାଢ଼ି ନିଅାଯିବ ବୋଲି ମଧ୍ୟ କହିଛନ୍ତି ପ୍ରଦୀପ୍ତ ମହାପାତ୍ର।

ହେଲେ ଲୋକ ସଂପର୍କ ଅଧିକାରୀ କହିଥିଲେ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହିଁ ଅବଢ଼ା ରେଟ୍ ଚାର୍ଟ ଲଗାଯାଇଛି। କିଛି ଦିନ ତଳେ ଖବର ଅାସିଥିଲା ଯେ, ଥାଳି ଦରରେ ମିଳିବ ଅବଢ଼ା। ୭୦, ୮୦ ଓ ୧୨୦ ଟଙ୍କିଅା ଥାଳି ମିଳିବ। କେଉଁ ଦର ଅନୁସାରେ କ’ଣ କ’ଣ ମିଳିବ, ତାହା ମଧ୍ୟ ଅାଗୁଅା ଅବଗତ କରାଯିବ ଓ ପ୍ରସାଦ କୁଡୁଅାର ଫଟୋ ସହିତ ଦର ତାଲିକା ଅାନନ୍ଦ ବଜାର, ସିଂହଦ୍ୱାର ସମେତ ବାଇଶି ପାହାଚ ଓ ଶ୍ରୀମନ୍ଦିର ଚାରି ଦ୍ୱାରରେ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଥିଲା।

Advertisment

ବୋଧହୁଏ ସେହି ଅାଧାରରେ ଲାଗିଥିଲା ଅବଢ଼ା ରେଟ୍ ଚାର୍ଟ। ଏହା ଦ୍ୱାରା ଅାଶା କରାଯାଉଥିଲା ସେବାୟତମାନେ ମନଇଚ୍ଛା ଦରରେ ଅବଢ଼ା ବିକ୍ରି କରିପାରିବେ ନାହିଁ ଏବଂ ଠିକ୍ ଦରରେ ଭକ୍ତଙ୍କୁ ଅବଢ଼ା ମିଳିବ। କିନ୍ତୁ ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ସେ ସଂପର୍କରେ ସେ କିଛି ଜାଣନ୍ତି ନାହିଁ। ତେଣୁ ଭକ୍ତମାନେ ଦ୍ୱନ୍ଦ୍ୱରେ ରହିଛି ପ୍ରକୃତ ସତ୍ୟ କ’ଣ ? କିଏ ଚାର୍ଟ ଲଗାଇଲା ଆଉ ପୁଣି ଚାର୍ଟ କଢ଼ାହେବ କାହିଁକି? ଆଗକୁ ଥାଳି ଦରରେ ଅବଢ଼ା ମିଳିବ ନା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ