Advertisment

ରାସ୍ତାକଡ଼ରେ ଠେଲା ଗାଡ଼ିରୁ ଅଣ୍ଡା ଚୋରି କରି ନିଲମ୍ବିତ ହେଲେ ପୋଲିସ ବାବୁ

ଚଣ୍ଡୀଗଡ଼: ରାସ୍ତାକଡ଼ରେ ରଖା ଯାଇଥିବା ଏକ ଠେଲା ଗାଡ଼ିରୁ ଅଣ୍ଡା ଚୋରି କରି ନିଲମ୍ବିତ ହେଲେ ପୋଲିସ ବାବୁ।ପଞ୍ଜାବ ଫତେଗଡ ସାହିବ ଟାଉନର ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଜଣେ ହେଡ କନଷ୍ଟେବଲ ରାସ୍ତାକଡ଼ରେ ରଖା ଯାଇଥିବା ଠେଲା ଗାଡ଼ିରୁ ଅଣ୍ଡା ଚୋରି…

ଅଦ୍ୟତନ ହୋଇଛି
ରାସ୍ତାକଡ଼ରେ ଠେଲା ଗାଡ଼ିରୁ ଅଣ୍ଡା ଚୋରି କରି ନିଲମ୍ବିତ ହେଲେ ପୋଲିସ ବାବୁ

Punjab Cop Steals Eggs

Advertisment

ଚଣ୍ଡୀଗଡ଼: ରାସ୍ତାକଡ଼ରେ ରଖା ଯାଇଥିବା ଏକ ଠେଲା ଗାଡ଼ିରୁ ଅଣ୍ଡା ଚୋରି କରି ନିଲମ୍ବିତ ହେଲେ ପୋଲିସ ବାବୁ।ପଞ୍ଜାବ ଫତେଗଡ ସାହିବ ଟାଉନର ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଜଣେ ହେଡ କନଷ୍ଟେବଲ ରାସ୍ତାକଡ଼ରେ ରଖା ଯାଇଥିବା ଠେଲା ଗାଡ଼ିରୁ ଅଣ୍ଡା ଚୋରି କରି ନିଲମ୍ବିତ ହୋଇଛନ୍ତି। କିଭଳି ଭାବରେ ସେ ଏକ ଠେଲା ଗାଡ଼ିରୁ ଅଣ୍ଡା ଚୋରି କରୁଛନ୍ତି, ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ପୋଲିସ କର୍ମଚାରୀ ଜଣଙ୍କ ନାଁ ପ୍ରୀତପାଲ ସିଂ।

Advertisment

ଭିଡିଓରେ ଦେଖିବାକୁ ମିଳିଛି, ରାସ୍ତା କଡ଼ରେ ଏକ ଠେଲା ଗାଡ଼ିରେ ଅଣ୍ଡା ରଖାଯାଇଥିବା ବେଳେ ଏହାର ମାଲିକ ସେଠାରେ ଉପସ୍ଥିତ ନାହାନ୍ତି। ଏହି ସମୟରେ ପୋଲିସ ୟୁନିଫର୍ମରେ ଥିବା ପ୍ରୀତପାଲ ରାସ୍ତାର ଏଣେତେଣେ ଅନାଇ ଠେଲା ଗାଡ଼ିରୁ ଅଣ୍ଡା ନେଇ ପକେଟ ଭିତରେ ଭର୍ତ୍ତି କରିଥିଲେ। ଯେତେବେଳେ ରାସ୍ତାର ଅପରପାର୍ଶ୍ୱରୁ ମାଲିକ ଜଣକ ଠେଲାଗାଡ଼ି ନିକଟକୁ ଆସୁଥିଲେ, ଏହା ଦେଖି ସଙ୍ଗେସଙ୍ଗେ ପ୍ରୀତପାଲ ଏକ ଅଟୋ ଅଟକାଇଥିଲେ ଓ ଏଥିରେ ବସି ଚାଲିଯାଇଥିଲେ। ପୁରା ଘଟଣାର ଦୃଶ୍ୟ କେହି ଜଣେ ମୋବାଇଲରେ ରେକର୍ଡ଼ିଂ କରିଥିବା ଜଣାପଡ଼ିଛି।

Advertisment

ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବାପରେ ପଞ୍ଜାବ ପୋଲିସ ପ୍ରୀତପାଲ ସିଂଙ୍କୁ ନିଲମ୍ବିତ କରିଛନ୍ତି।ଏନେଇ ପଞ୍ଜାବ ପୋଲିସ ପକ୍ଷରୁ ଟ୍ୱିଟ କରାଯାଇ କୁହାଯାଇଛି, ଫତେଗଡ ସାହିବ ଥାନାର ପ୍ରୀତପାଲ ସିଂ ଏକ ଠେଲା ଗାଡ଼ିରୁ ଅଣ୍ଡା ଚୋରି କରୁଥିବା ଦୃଶ୍ୟ ଭାଇରାଲ ହୋଇଛି। ଠେଲା ଗାଡ଼ିର ମାଲିକ ସେହି ସମୟରେ ଉପସ୍ଥିତ ନଥିବା ବେଳେ ପୋଲିସ ୟୁନିଫର୍ମରେ ଥିବା ପ୍ରୀତପାଲ ସିଂ ଅଣ୍ଡା ଚୋରି କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ତାଙ୍କୁ ନିଲମ୍ବିତ କରାଯିବା ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ