Advertisment

ଭାଇରାଲ ହେଉଛି ଏହି ଅଭିନେତ୍ରୀଙ୍କ ଫଟୋ

ନୂଆଦିଲ୍ଲୀ: ବଲିଉଡ୍ ହେଉ ବା ଟିଭି ସୋ, ସବୁଠି ଗ୍ଲେମରର ଚର୍ଚ୍ଚା। ଖାସ୍ ଏଇଥି ପା‍ଇଁ ଅଭିନୟ ଦୁନିଆରେ ଏବେ ସୁନ୍ଦରୀମାଙ୍କ ଭିଡ ଜମିବାରେ ଲାଗିଛି। ସେହିପରି ଟିଭି ଓ ସିନେମା ଅଭିନେତ୍ରୀ ମୌନୀ ରାୟ ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରେ ଅନ୍ୟତମ। ତାଙ୍କ ସୌନ୍ଦର୍ଯ୍ୟ ପାଇଁ ସେ ସବୁବେଳେ ଚର୍ଚ୍ଚାର ପରିସରରେ ଥାଆନ୍ତି। ସେ ଇଣ୍ଡଷ୍ଟ୍ରିକୁ ଆସିବା ଦିନରୁ ନିଜ ଫଟୋକୁ ନେଇ ଖୁସି ବାଣ୍ଟି ଆସୁଛନ୍ତି। ମୌନୀ ନିଜର ଷ୍ଟାଇଲିସ୍ ଓ ଆକ୍ଟ୍ରାଟିଭ ଚେହେରା ଦ୍ୱାରା […]

ଭାଇରାଲ ହେଉଛି ଏହି ଅଭିନେତ୍ରୀଙ୍କ ଫଟୋ

Mouuni

Advertisment

ନୂଆଦିଲ୍ଲୀ: ବଲିଉଡ୍ ହେଉ ବା ଟିଭି ସୋ, ସବୁଠି ଗ୍ଲେମରର ଚର୍ଚ୍ଚା। ଖାସ୍ ଏଇଥି ପା‍ଇଁ ଅଭିନୟ ଦୁନିଆରେ ଏବେ ସୁନ୍ଦରୀମାଙ୍କ ଭିଡ ଜମିବାରେ ଲାଗିଛି। ସେହିପରି ଟିଭି ଓ ସିନେମା ଅଭିନେତ୍ରୀ ମୌନୀ ରାୟ ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରେ ଅନ୍ୟତମ। ତାଙ୍କ ସୌନ୍ଦର୍ଯ୍ୟ ପାଇଁ ସେ ସବୁବେଳେ ଚର୍ଚ୍ଚାର ପରିସରରେ ଥାଆନ୍ତି। ସେ ଇଣ୍ଡଷ୍ଟ୍ରିକୁ ଆସିବା ଦିନରୁ ନିଜ ଫଟୋକୁ ନେଇ ଖୁସି ବାଣ୍ଟି ଆସୁଛନ୍ତି। ମୌନୀ ନିଜର ଷ୍ଟାଇଲିସ୍ ଓ ଆକ୍ଟ୍ରାଟିଭ ଚେହେରା ଦ୍ୱାରା ତାଙ୍କ ପ୍ରଶଂସକମାନଙ୍କର ହୃଦୟ ଜିତିବା ମୌକା କେବେ ବି ଛାଡ଼ନ୍ତି ନାହିଁ।

Advertisment

publive-image

ବର୍ତ୍ତମାନ ଏହି ନାଗିନ ଅଭିନେତ୍ରୀ ମୌନୀ ରାୟ ନିଜ ଇନଷ୍ଟାଗ୍ରାମ ପେଜରେ ଏପରି କିଛି ଫଟୋ ସେଆର କରିଛନ୍ତି ଯାହା କ୍ଷୀପ୍ର ଗତିରେ ଭାଇରାଲ ହେବାରେ ଲାଗିଛି।  ଫଟୋରେ ନିଆରା ଢଙ୍ଗରେ ବାଲି ଉପରେ ବସିଥିବା ମୌନୀ ତାଙ୍କ ପ୍ରଶଂସକମାନଙ୍କ ହୃଦୟ ଚୋରି କରିବାରେ ସଫଳ ହୋଇଛନ୍ତି। ଭିନ୍ନ ଭିନ୍ନ ପୋଜରେ ସେ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଛାଡୁଛନ୍ତି। ଏସବୁ ଦେଖି ତାଙ୍କ ପ୍ରଶଂସକ ଦିବାନା ହେବାରେ ଲାଗିଛନ୍ତି।

publive-image

ମୌନୀ ଏକ ଲାଇଟ ବ୍ରାଉନ କଲର ଆଉଟଫିଟ ପରିଧାନ କରିଥିବା ବେଳେ ଏହାକୁ ମ୍ୟାଚ କଲା ଭଳି ମେକପ ମଧ୍ୟ ନେଇଛନ୍ତି। ଆପଣମାନେ ଜାଣି ରଖନ୍ତୁ ଯେ ମୌନୀ ତାଙ୍କ ସାଙ୍ଗମାନଙ୍କ ସହ ଦୁବାଇ ପିକନିକ ଯିବାକୁ ବାହାରିଛନ୍ତି।

Advertisment

ମୌନୀ ରାୟଙ୍କ ଆକର୍ଷଣୀୟ ଚେହେରା ନେଇ ଲୋକେ ପାଗଳ ହେଉଥିବା ବେଳେ ସେ ମଧ୍ୟ ଏହାର କୌଣସି ସୁଯୋଗ ଛାଡିବା ମୌକାରେ ନାହାନ୍ତି। ଏହି ଅଭିନେତ୍ରୀ ତାଙ୍କ ଅଭିନୟ ଦୁନିଆ ସହିତ ଫେସନ ସେନ୍ସକୁ ମଧ୍ୟ ମେଣ୍ଟେନ କରିବାରେ ହେଳା କରୁ ନାହାନ୍ତି।

ଫଟୋଗୁଡ଼ିକରୁ ଜଣାପଡୁଛି ଯେ ମୌନୀ ଭିନ୍ନ ଭିନ୍ନ ଲୁକରେ ପୋଜ ଦେଉଛନ୍ତି। ଖୋଲା ଚୁଟିରେ ମୌନୀ ବହୁତ ଆକର୍ଷଣୀୟ ଦେଖାଯାଉଛନ୍ତି।

Advertisment

publive-image

ମୌନୀଙ୍କ ସୁନ୍ଦର ରୂପ ଛଡା ଯଦି ତାଙ୍କ କାମର କଥା କହିବା ତେବେ ତାଙ୍କର ଏକ ମ୍ୟୁଜିକ୍ ଭିଡିଓ ‘ପତଲି କମରିୟା’ ଏବେ ରିଲିଜ ହୋଇଥିଲା, ଯାହାକୁ ନେଇ ସେ ତାଙ୍କ ପ୍ରଶଂସକମାନଙ୍କୁ ଢେର ସାରା ଭଲ ପାଇବା ଦେଇଛନ୍ତି।

publive-image

ମୌନୀଙ୍କ କେରିଅର ୨୦୦୬ରେ ‘କ୍ୟୁକି ସାସ ଭି କଭି ବହୁ ଥୀ’ ସୋ’ରୁ ଆରମ୍ଭ ହୋଇଥିଲା। ସେତେବେଳେ ସେ ଏତେ ଲୋକପ୍ରିୟ ହୋ‍ଇପାରି ନ ଥିଲେ। କିନ୍ତୁ ମୌନୀ ରାୟଙ୍କ ଫ୍ୟାନ ଓ ଫଲୋର୍ସ ସେବେଠାରୁ ବଢିବାରେ ଲାଗିଲେ ସେ ଯେବେ ସିରିଅଲ ‘ଦେବୋ କେ ଦେବୋ ମହାଦେବ’ରେ ଦେବୀ ସତୀ ଭୂମିକାରେ ଅଭିନୟ କରିଲେ। ଏହି ଅଭିନେତ୍ରୀ ଖୁବ ଶୀଘ୍ର ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ସହିତ ସିନେମା ‘ବ୍ରହ୍ମାସ୍ତ୍ର’ରେ ଦେଖାଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ