Advertisment

ଭାଇ ଓ ଭଉଣୀଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଭାଇ ଓ ଭଉଣୀଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହିରୁ ଏଭଳି ଅଭିଯୋଗ ଆସିଛି। ଆହତ ଦ୍ୱୟ ହେଲେ-କାଳିଆ ପାତ୍ର ଓ ତାଙ୍କ ଭଉଣୀ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଦାଦାବଟି ନ ଦେବାରୁ ଭାଇଭଉଣୀଙ୍କ ଉପରେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କାଳିଆ ଜଣେ ଛୋଟ ବ୍ୟବସାୟୀ। ଗତକାଲି ମଧ୍ୟାହ୍ନରେ କାଳିଆ ଘର ପାଖରେ ଥିବାବେଳେ ୫ଜଣ […]

ଅଦ୍ୟତନ ହୋଇଛି
ଭାଇ ଓ ଭଉଣୀଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

miscreants attacked

Advertisment

ବ୍ରହ୍ମପୁର: ଭାଇ ଓ ଭଉଣୀଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହିରୁ ଏଭଳି ଅଭିଯୋଗ ଆସିଛି। ଆହତ ଦ୍ୱୟ ହେଲେ-କାଳିଆ ପାତ୍ର ଓ ତାଙ୍କ ଭଉଣୀ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଦାଦାବଟି ନ ଦେବାରୁ ଭାଇଭଉଣୀଙ୍କ ଉପରେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, କାଳିଆ ଜଣେ ଛୋଟ ବ୍ୟବସାୟୀ। ଗତକାଲି ମଧ୍ୟାହ୍ନରେ କାଳିଆ ଘର ପାଖରେ ଥିବାବେଳେ ୫ଜଣ ଯୁବକ ୨ଟି ବାଇକ୍‌ରେ ଆସିଥିଲେ। ଏହାପରେ ମାଉଜର ଦେଖାଇ ସେମାନେ କାଳିଆକୁ ବାଇକରେ ବସିବାକୁ କହିଥିଲେ। ହେଲେ ସେ ମନା କରିବାରୁ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହି ସମୟରେ ତାଙ୍କ ଭଉଣୀଙ୍କୁ ତାଙ୍କୁ ରକ୍ଷା କରିବାକୁ ଯିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଖଣ୍ଡାରେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନାଥାଉ କି, ଗତ କିଛି ଦିନ ହେଲା ଜଣେ ଦୁର୍ବୃତ୍ତ କାଳିଆଙ୍କୁ ବାରମ୍ବାର ଫୋନ୍‌ କରି ୧୦ ହଜାର ଟଙ୍କା ଦାଦାବଟି ମାଗି ଆସୁଥିଲେ। ଟଙ୍କା ନ ଦେଲେ ଆକ୍ରମଣ ନେଇ ଧମକ ମଧ୍ୟ ଦେଉଥିଲେ ବୋଲି ଅଭିଯୋଗ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ