Advertisment

ଏସପ୍ଲାନେଡ୍ ପରେ ଏହି ସବୁ ଜାଗାରେ ବିଏମସି ଦେବ ଟିକା

ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ନିଆଯାଉଛି ପଦକ୍ଷେପ। ଏସପ୍ଲାନେଡ୍ ମଲ୍ ପରି ଆଉ ୩ଟି ସ୍ଥାନ ବିଏମସି ନିର୍ଦ୍ଧାରଣ କରିଛି।

ଅଦ୍ୟତନ ହୋଇଛି
ଏସପ୍ଲାନେଡ୍ ପରେ ଏହି ସବୁ ଜାଗାରେ ବିଏମସି ଦେବ ଟିକା

vaccine

Advertisment

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ନିଆଯାଉଛି ପଦକ୍ଷେପ। ଏସପ୍ଲାନେଡ୍ ମଲ୍ ପରି ଆଉ ୩ଟି ସ୍ଥାନ ବିଏମସି ନିର୍ଦ୍ଧାରଣ କରିଛି। ସେଠାରେ ଲୋକେ ଯାଇ ଭ୍ୟାକ୍ସିନ ନେଇପାରିବେ। ଖୁବଶୀଘ୍ର ଏ ସଂପର୍କରେ ସୂଚନା ଦିଆଯିବ ବୋଲି ବିଏମ୍ସି କମିଶନର ସୂଚନା ଦେଇଛନ୍ତି। ଅନ୍ୟପଟେ ମାତ୍ର ୧୦୦ ଟଙ୍କା ପ୍ରୋସେସିଂ ଫି ଦେଇ ଘରୋଇ ହସ୍ପିଟାଲରେ ଭ୍ୟାକ୍ସିନ୍ ନେଇ ହେବ ବୋଲି କହିଥିଲେ ସରକାର। ତେବେ ବିଏମ୍ସି ପକ୍ଷରୁ ଏଯାଏଁ ଘରୋଇ ହସ୍ପିଟାଲକୁ କୌଣସି ଟିକା ଦିଆଯାଇନାହିଁ।

Advertisment

ବିଏମ୍ସି ପାଖକୁ ମାତ୍ର ଦେଢ଼ ଲକ୍ଷ ଟିକା ଆସିଥିଲା। ଟିକାକରଣ ପାଇଁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍ଲଟ୍ ବୁକିଂ ସରିଥିବାରୁ ସେଗୁଡିକ କ୍ୟାନ୍ସଲ କରିହେବ ନାହିଁ। ଫଳରେ ଘରୋଇ ହସ୍ପିଟାଲକୁ ଟିକା ଦିଆଯାଇ ନ ଥିବା ବିଏମ୍ସି କମିଶନର କହିଛନ୍ତି। ତେବେ ଟିକା ଆସିଲେ ଘରୋଇ ହସ୍ପିଟାଲକୁ ଏହା ଯୋଗାଇ ଦିଆଯିବ। ଟିକା ପ୍ରଦାନ ପାଇଁ ବିଏମ୍ସି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩୧ଟି ହସ୍ପିଟାଲକୁ ସିଲେକ୍ଟ କରାଯାଇଥିଲା। ବର୍ତ୍ତମାନ ରାଜଧାନୀରେ ପାଖାପାଖି ୫ ଲକ୍ଷ ଲୋକେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଲେଣି।

ଏପଟେ, ଗହଳି କମାଇବା ପାଇଁ ବଦଳିଲା ଭୁବନେଶ୍ୱର ୧ ନମ୍ବର ହାଟର ନିୟମ। ଖୁଚୁରା ଏବଂ ହୋଲସେଲ ବ୍ୟବସାୟୀଙ୍କ ପାଇଁ ଧାର୍ଯ୍ୟ ହେଲା ଭିନ୍ନ ସମୟ। ରାତି ସାଢ଼େ ୩ରୁ ଭୋର୍ ସାଢ଼େ ୬ ଯାଏ ଜିନିଷ କିଣି ପାରିବେ ହୋଲସେଲର। ସକାଳ ସାଢ଼େ ୬ରୁ ଦିନ ୧୨ଟା ଯାଏ ଜିନିଷ କିଣିବେ ଖୁଚୁରା ବ୍ୟବସାୟୀ। ଭିଡ଼ କମେଇବା ପାଇଁ ପୋଲିସ, ବିଏମ୍ସି, ଓ ବ୍ୟବସାୟୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି।

Advertisment

ସେପଟେ, ରାଜ୍ୟରେ ଆଜି ପୁଣି ୧୦ ହଜାର ଉପରେ ରହିଛି ସଂକ୍ରମଣ । ଗତକାଲି ୧୦,୬୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ୧୦,୦୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୪୪,୮୭୩ରେ ପହଞ୍ଚି ଯାଇଛି ।  ଗତକାଲି ପରି ଆଜି ବି ଖୋର୍ଦ୍ଧା ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ୧ ନମ୍ବର ରହିଛି । ଏଠାରୁ ସର୍ବାଧିକ ୧,୩୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଏବେ କରୋନା ସଂକ୍ରମଣର ହଟସ୍ପଟ ପାଲିଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ସେପଟେ ରାଜ୍ୟରେ ଆଜିଠୁ ପୁଣି ଜାରି ରହିବ ଭ୍ୟାକ୍ସିନେସନ ପ୍ରକ୍ରିୟା ।  ରବିବାର କିଛି ସ୍ଥାନରେ ଭ୍ୟାକ୍ସିନେସନ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଏହାକୁ ତ୍ୱରାନ୍ୱିତ କରାଯିବ ।  କଟକରେ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ଜବାହରଲାଲ୍ ଇନଡୋର ଷ୍ଟାଡିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍ ଟିକା ।  ଇନଡୋର ଷ୍ଟାଡିୟମରେ ସକାଳ ୯ଟାରୁ ୧୨ଟା ଏବଂ ଦିନ ୩ଟାରୁ ସଂଧ୍ୟା ୫ଟା ଯାଏଁ ଟିକା ଦିଆଯିବ ।  ଯେଉଁମାନେ ବୁକିଂ କରିଛନ୍ତି ସେମାନେ ନିର୍ଦ୍ଧାରିତ ସମୟରେ ଆସିବା ପାଇଁ ସିଏମସି ପକ୍ଷରୁ ନିବେଦନ କରାଯାଇଛି । ସେହିପରି ନିର୍ଦ୍ଧାରିତ ସମୟରେ ଅନ୍ୟ ସେଣ୍ଟରରେ ମଧ୍ୟ ଭ୍ୟାକ୍ସିନେସନ ପ୍ରକ୍ରିୟା ଜାରି ରହିବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ