Advertisment

କରୋନା ରୋକିବାକୁ ସୀମାରେ ଜୋରସୋରରେ ଚାଲିଛି ଚେକିଂ

ନୂଆପଡା ଜିଲ୍ଲା ସିନାପାଲି ଥାନା କୁସୁମଯୋର ସ୍ଥିତ ଓଡିଶା ଛତିଶଗଡ ସୀମାରେ ସୁରକ୍ଷା କଡାକଡି କରାଯାଇଛି। ଏହି ରାସ୍ତା ଓଡିଶାର ସିନାପାଲି ଓ ଛତିଶଗଡର ଦେଓଭୋଗକୁ ସଂଯୋଗ କରୁଥିବାରୁ ଅନେକ ଲୋକେ ଛତିଶଗଡ଼ରୁ ଓଡ଼ିଶାରେ ପ୍ରବେଶ କରୁଛନ୍ତି।

ଅଦ୍ୟତନ ହୋଇଛି
କରୋନା ରୋକିବାକୁ ସୀମାରେ ଜୋରସୋରରେ ଚାଲିଛି ଚେକିଂ

corona

Advertisment

ନୂଆପଡ଼ା: ନୂଆପଡା ଜିଲ୍ଲା ସିନାପାଲି ଥାନା କୁସୁମଯୋର ସ୍ଥିତ ଓଡିଶା ଛତିଶଗଡ ସୀମାରେ ସୁରକ୍ଷା କଡାକଡି କରାଯାଇଛି। ଏହି ରାସ୍ତା ଓଡିଶାର ସିନାପାଲି ଓ ଛତିଶଗଡର ଦେଓଭୋଗକୁ ସଂଯୋଗ କରୁଥିବାରୁ ଅନେକ ଲୋକେ ଛତିଶଗଡ଼ରୁ ଓଡ଼ିଶାରେ ପ୍ରବେଶ କରୁଛନ୍ତି। ସଂକ୍ରମଣ ଭୟ ଥିବାରୁ କରୋନା କଟକଣା ସ୍ୱରୂପ ଏଠାରେ କଡାକଡି ଯାଞ୍ଚ କରାଯାଇଛି। ଦିନକୁ ପୋଲିସ ୩ ସିଫ୍ଟରେ ମୁତୟନ ରହି ଯାଞ୍ଚ କରୁଛନ୍ତି। ପୋଲିସ ସହ ସ୍ୱାସ୍ଥ୍ୟକର୍ମୀ , ଆଶା ଏବଂ ପରିବହନ ବିଭାଗର କର୍ମଚାରୀ ସୀମାନ୍ତରେ ମୁତୟନ ରହୁଛନ୍ତି। RTPCR ରିପୋର୍ଟ ନେଗେଟିଭ ଥିବା ବ୍ୟକ୍ତିଙ୍କୁ ଓଡିଶା କିମ୍ବା ଛତିଶଗଡକୁ ଛଡାଯାଉଛି। ସ୍ୱାସ୍ଥ୍ୟକର୍ମୀ ଚେକ୍ ପଏଂଟରେ କରୋନା ଟେଷ୍ଟ କରୁଛନ୍ତି।

Advertisment

ଏପଟେ, ୩ଟି ରାଜ୍ୟର ୯ଟି ଚେକ୍ ପୋଷ୍ଟ ଭାଙ୍ଗିବା ପରେ ଶେଷରେ ଛତିଶଗଡ଼ ପୋଲିସ ହାତରେ ଧରା ପଡିଲା ସ୍କର୍ପିଓ ଡ୍ରାଇଭର। ଗିରଫ ଡ୍ରାଇଭର ଓ ଗାଡ଼ି ମହାରାଷ୍ଟ୍ର ବୋଲି ସୂଚନା ମିଳିଛି। ଗତକାଲି ଗାଡ଼ିଟି ଆନ୍ଧ୍ର ଦେଇ ମାଲଗିରିର ମୋଟୁ ସୀମା ବେରିଗେଟ୍ ଚେକ୍ ପୋଷ୍ଟ ଭାଙ୍ଗିଥିଲା, ପରେ ପୋଲିସ ଅଟକାଇବାକୁ ଚେଷ୍ଟା କରିବାରୁ ଗାଡ଼ିଟି କାଲିମେଳା ଦେଇ ପଡିଆ ଚେକ ପୋଷ୍ଟ ଭାଙ୍ଗି ଛତିଶଗଡ଼ରେ ପ୍ରବେଶ କରିଥିଲା। ଏ ନେଇ ମାଲକାନଗିରି ପୋଲିସ ଛତିଶଗଡ଼ର ସୁକମା ପୋଲିସକୁ ଖବର ଦେଇଥିଲା। ଛତିଶଗଡ଼ର ଓଏକ ଚେକପୋଷ୍ଟ ଦେଇ ଗାଡିଟି ଯିବା ବେଳେ ସୁରକ୍ଷା କର୍ମୀ ଅଟକାଇଥିଲେ। ଡ୍ରାଇଭର ଗାଡ଼ି ନ ଅଟକାଇବାରୁ ସୁରକ୍ଷାକର୍ମୀ ଗା଼ଡି ଉପରକୁ ଗୁଳି ଚାଳନା କରିବା ସହ ଡ୍ରାଇଭରକୁ କାବୁ କରିଥିଲେ।

ତେବେ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଏବେ ଚିନ୍ତା ବଢିଛି। ଆଜି ପୁଣି ରାଜ୍ୟରେ ସଂକ୍ରମଣ ୧୦ ହଜାର ଟପିଲା । ଗତ ଚାରି ଦିନ ହେବ ସଂକ୍ରମଣ ଧୀରେ ଧୀରେ ଖସୁଥିବା ବେଳେ ଆଜି ପୁଣି ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ୨୪ ଘଣ୍ଟାରେ ରାଜ୍ୟରେ ୧୦,୯୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮ରେ ପହଞ୍ଚିଯାଇଛି । ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଆଜି ୧୫୩୯ ନୂଆ ପଜିଟିଭ୍ ବାହାରିଛନ୍ତି ।

Advertisment

ନୂଆ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୧୪୯ ଜଣ କ୍ବାରେଣ୍ଟାଇନ୍‌ରେ ଥିବାବେଳେ ୪୮୩୩ ଜଣ ଚିହ୍ନଟ ହୋଇଛନ୍ତି ସ୍ଥାନୀୟ ସଂକ୍ରମଣ  । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୮୨୩୦ଟି ଥିବାବେଳେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୪୬୫୧୩୩ଜଣ । ଏବେ ସୁଦ୍ଧା ରାଜ୍ୟରେ ୧୦୬୬୧୬୪୭ସାମ୍ପୁଲ ଟେଷ୍ଟ୍ ହୋଇଛି । ସେହିପରି ଗୋଟିଏ ଦିନରେ ୧୭ ମୁଣ୍ଡ ନେଇଛି କରୋନା ସଂକ୍ରମଣ । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ