Advertisment

୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନ ଟିକା ଟ୍ରାଏଲକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଟ୍ରାଏଲ ପାଇଁ ମିଳିଛି ଆଶ୍ବସ୍ତି। ଦେଶରେ କରୋନାର ତୃତୀୟ ଲହରର ବିପଦକୁ ଦୃଷ୍ଟିରେ ରଖି ଭରତ ବାୟୋଟେକର କରୋନା ଟିକା ‘କୋଭାକ୍ସିନ’ର ପରୀକ୍ଷା ବର୍ତ୍ତମାନ୨ ରୁ ୧୮ ବର୍ଷର ପିଲାମାନଙ୍କ ଉପରେ କରାଯିବ।…

୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ  କୋଭାକ୍ସିନ ଟିକା ଟ୍ରାଏଲକୁ ମିଳିଲା ଅନୁମତି

child

Advertisment

ନୂଆଦିଲ୍ଲୀ: ୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଟ୍ରାଏଲ ପାଇଁ ମିଳିଛି ଆଶ୍ବସ୍ତି। ଦେଶରେ କରୋନାର ତୃତୀୟ ଲହରର ବିପଦକୁ ଦୃଷ୍ଟିରେ ରଖି ଭରତ ବାୟୋଟେକର କରୋନା ଟିକା ‘କୋଭାକ୍ସିନ’ର ପରୀକ୍ଷା ବର୍ତ୍ତମାନ୨ ରୁ ୧୮ ବର୍ଷର ପିଲାମାନଙ୍କ ଉପରେ କରାଯିବ। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଗୁରୁବାର ଦିନ ପିଲାମାନଙ୍କ ଉପରେ ଟିକା ପରୀକ୍ଷାକୁ ଅନୁମୋଦନ କରିଛି।

Advertisment

ଭାରତ ବାୟୋଟେକ ‘କୋଭାକ୍ସିନ’ର ଦ୍ୱିତୀୟ ଓ ତୃତୀୟ ଫେଜ୍ କ୍ଲିନିକାଲ ପରୀକ୍ଷା ପାଇଁ DCGIର ଅନୁମତି  ପ୍ରଦାନ କରିବା ପରେ ପିଲାମାନଙ୍କ ଭବିଷ୍ୟତକୁ ନେଇ ଆଶ୍ବସ୍ତି ମିଳିଛି । ପୂର୍ବରୁ ୨ରୁ ୧୮ ବର୍ଷ ବୟସ୍କଙ୍କ ଟୀକାର ପ୍ରଥମ ପର୍ଯ୍ୟୟ ଟ୍ରାଏଲ ଶେଷ ହୋଇଛି । ଏବେ ଦ୍ୱିତୀୟ ଓ ତୃତୀୟ ଫେଜ୍ ଟ୍ରାଏଲ କରାଯିବ । ବିଭିନ୍ନ ୫୨୫ଟି ଅଲଗା ଅଲଗା ସ୍ଥାନରେ ଏହାର ଟ୍ରାଏଲ କରାଯିବ । ଦିଲ୍ଲୀ ଏବଂ ପାଟନା ଏମ୍ସ ସହିତ ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ଯୁଟ ଅଫ୍ ମେଡିକାଲ ସାଇନ୍ସରେ ଏହି ଟିକାର କ୍ଲିନିକାଲ ଟ୍ରାଏଲ କରାଯିବ।

ପୂର୍ବରୁ ଦ୍ୱିତୀୟ ଓ ତୃତୀୟ ପଯର୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଆବେଦନକୁ ଗ୍ରୀନ ସିଗନାଲ ଦେଇସାରିଛି ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜସନ  । CDSCO ସଂଗଠନର ସବଜେକ୍ଟର ଏକ୍ସପର୍ଟ କମିଟି କ୍ଲିନିକାଲ ଟ୍ରାଏଲକୁ ସ୍ବୀକୃତି ପ୍ରଦାନ କରିଛି ।

Advertisment

ସୂଚନା ଅନୁଯାୟୀ, କରୋନାର ତୃତୀୟ ଲହର ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ଏହି କାରଣରୁ ପିଲାମାନଙ୍କ ଉପରେ ଟିକା ପରୀକ୍ଷା ଅନୁମୋଦନ କରାଯାଇଛି। ଭରତ ବାୟୋଟେକ ପକ୍ଷରୁ ଏହି ପରୀକ୍ଷା ୫୨୫ ସ୍ୱେଚ୍ଛାସେବୀଙ୍କ ଉପରେ କରାଯିବ। ଏହି ପରୀକ୍ଷଣରେ ୧୮ ବର୍ଷର ୨ ପିଲା ଅନ୍ତର୍ଭୁକ୍ତ ହେବେ ଏବଂ ପରୀକ୍ଷା ସମୟରେ ପ୍ରଥମ ଏବଂ ଦ୍ୱିତୀୟ ଟିକା ମାତ୍ର ୨୮ ଦିନର ପାର୍ଥକ୍ୟରେ ଦିଆଯିବ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଦେଶର ପ୍ରଥମ ଲହର ବୃଦ୍ଧାବୃଦ୍ଧଙ୍କ ପାଇଁ ବିପଦ ଥିଲାବେଳେ ଦ୍ୱିତୀୟ ଲହର ଯୁବକମାନଙ୍କ ପାଇଁ ବିପଦପୂର୍ଣ୍ଣ ବୋଲି ପ୍ରମାଣିତ ହୋଇଛି । ବିଶେଷଜ୍ଞଙ୍କ ଅନୁଯାୟୀ, କରୋନାର ତୃତୀୟ ଲହର ପିଲାମାନଙ୍କ ପାଇଁ ସାଂଘାତିକ ହୋଇପାରେ ।  ଭାରତରେ କରୋନାର ତୃତୀୟ ଲହରସେପ୍ଟେମ୍ବର ସୁଦ୍ଧା ପହଞ୍ଚିପାରେ ବୋଲି ଆଶଙ୍କା କରାଯାଉଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ