Advertisment

ବଣ୍ଡା ଘାଟିକୁ ଛୁଇଁଲା ମହାମାରୀ କରୋନା

ମାଲକାନଗିରି: ବଣ୍ଡା ଘାଟିକୁ ଛୁଇଁଲା ମହାମାରୀ କରୋନା। ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଲକାନଗିରି ବଣ୍ଡା ଘାଟିରେ ୧୨ ଜଣ କରୋନା ଆକ୍ରାନ୍ତ ହେବା ପରେ ଏବେ ଏହାକୁ ନେଇ ଚିନ୍ତା ବଢ଼ିଛି।…

ବଣ୍ଡା ଘାଟିକୁ ଛୁଇଁଲା ମହାମାରୀ କରୋନା

bonda ghati

Advertisment

ମାଲକାନଗିରି: ବଣ୍ଡା ଘାଟିକୁ ଛୁଇଁଲା ମହାମାରୀ କରୋନା। ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଲକାନଗିରି ବଣ୍ଡା ଘାଟିରେ ୧୨ ଜଣ କରୋନା ଆକ୍ରାନ୍ତ ହେବା ପରେ ଏବେ ଏହାକୁ ନେଇ ଚିନ୍ତା ବଢ଼ିଛି। କାରଣ ପ୍ରାକୃତିକ ପରିବେଶରେ ଘେରା ଏହି ଅଞ୍ଚଳର ଲୋକେ ବ୍ୟବସାୟ ପାଇଁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର। ସାପ୍ତାହିକ ହାଟ ପାଇଁ ଆନ୍ଧ୍ରକୁ ଏମାନଙ୍କ ଯାଆସ କରିଥିଲେ। ତେଣୁ ଆନ୍ଧ୍ରରୁ ଏମାନେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ୧୨ ଜଣ ଆକ୍ରାନ୍ତ ଚିହ୍ନଟ ପରେ ପୁରା ଘାଟି ଅଞ୍ଚଳକୁ ଏବେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯାଉଛି। ଗତ ୨୪ ଘଣ୍ଟାରେ ମାଲକାନଗିରି ଜିଲ୍ଲାରୁ ୧୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍‌ ୧୧୭୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ  ୬,୫୬୯ ଜଣ ସଂକ୍ରମିତ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫,୧୬୩ ଜଣ ଲୋକାଲ କେସ୍‌ ବା ସ୍ଥାନୀୟ ଅଂଚଳରୁ  ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷେ, ଦୈନିକ ୧୦ରୁ ୧୨ ହଜାର ପଜିଟିଭ ସଂଖ୍ୟା ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରହିବ। ବର୍ତ୍ତମାନ ସ୍ଥିତି ପ୍ଲାଟୋ ଷ୍ଟେଜରେ ରହିଛି ଏବଂ ପଜିଟିଭ ରେଟ ୨୦ ପ୍ରତିଶତ ରହିଛି। ତେଣୁ ଟେଷ୍ଟ କମ କିମ୍ବା ବେଶି କଲେ ମଧ୍ୟ ସେହି ହାରରେ ପଜିଟିଭ ସଂଖ୍ୟା ରହୁଛି। ଏହି ପଜିଟିଭିଟି ରେଟ କମିବା ପାଇଁ ଆଉ ଗୋଟେ ସପ୍ତାହ ଲାଗିବ। ଏହା ପରେ ମେ ଶେଷ କିମ୍ବା ଜୁନ ମାସ ପ୍ରଥମରୁ ସଂକ୍ରମଣ ଧିରେ ଧିରେ କମିବ। ମେ ୩୧ ପରେ ସଂକ୍ରମଣ ସଂଖ୍ୟା ୧୦ ହଜାର ତଳକୁ ଆସିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି।

Advertisment

ସେପଟେ ଝାରପଡ଼ା ଜେଲର ଜଣେ ବିଚାରାଧୀନ କଏଦୀଙ୍କର କରୋନାରେ ମୃତ୍ୟୁ ହୋଇଛି ମୃତ କଏଦୀ ଜଣକ ହେଲେ ତ୍ରିପତି ମହାନ୍ତି ନିଶା କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିବା ତ୍ରିପତି କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ