Advertisment

ପୁଣି ଥରେ ଦର୍ଶକଙ୍କ ପାଖକୁ ଫେରୁଛନ୍ତି କପିଲ୍‌ ଶର୍ମା

ମୁମ୍ବାଇ: ଅନେକ ଦିନରୁ ନଜର ଆସୁନଥିବା କମେଡି କିଙ୍ଗ୍‌ କପିଲ୍‌ ଶର୍ମା ପୁଣିଥରେ ଫେରୁଛନ୍ତି। କିନ୍ତୁ କୌଣସି ଟିଭି ଶୋ’ କାର୍ଯ୍ୟକ୍ରମରେ ନୁହେଁ। ଯଦିଓ ସୁସ୍ଥ ହେବା ପରେ କପିଲ୍‌ ତାଙ୍କର ନୂଆ ଶୋ’ ‘ଫ୍ୟାମିଲି ଟାଇମ୍‌ ୱିଥ୍‌ କପିଲ ଶର୍ମା’କୁ ଫେରିଥିଲେ, ତଥାପି ତାଙ୍କର କଷ୍ଟ କମ୍‌ ହୋଇପାରିନଥିଲା। କାହିଁକି ନା ଏହି ଶୋ’ ଅଧିକ ଦିନ ପର୍ଯ୍ୟନ୍ତ ଚାଲିପାରିନଥିଲା। ଏହା ପରେ କପିଲ୍‌ କିଛି ଦିନ ପାଇଁ ଗାଏବ୍‌ ହୋଇଯାଥିଲେ। ତାଙ୍କୁ ଆଉ କୌଣସି […]

ପୁଣି ଥରେ ଦର୍ଶକଙ୍କ ପାଖକୁ ଫେରୁଛନ୍ତି କପିଲ୍‌ ଶର୍ମା

kapil

Advertisment

ମୁମ୍ବାଇ: ଅନେକ ଦିନରୁ ନଜର ଆସୁନଥିବା କମେଡି କିଙ୍ଗ୍‌ କପିଲ୍‌ ଶର୍ମା ପୁଣିଥରେ ଫେରୁଛନ୍ତି। କିନ୍ତୁ କୌଣସି ଟିଭି ଶୋ’ କାର୍ଯ୍ୟକ୍ରମରେ ନୁହେଁ। ଯଦିଓ ସୁସ୍ଥ ହେବା ପରେ କପିଲ୍‌ ତାଙ୍କର ନୂଆ ଶୋ’ ‘ଫ୍ୟାମିଲି ଟାଇମ୍‌ ୱିଥ୍‌ କପିଲ ଶର୍ମା’କୁ ଫେରିଥିଲେ, ତଥାପି ତାଙ୍କର କଷ୍ଟ କମ୍‌ ହୋଇପାରିନଥିଲା। କାହିଁକି ନା ଏହି ଶୋ’ ଅଧିକ ଦିନ ପର୍ଯ୍ୟନ୍ତ ଚାଲିପାରିନଥିଲା। ଏହା ପରେ କପିଲ୍‌ କିଛି ଦିନ ପାଇଁ ଗାଏବ୍‌ ହୋଇଯାଥିଲେ। ତାଙ୍କୁ ଆଉ କୌଣସି ଶୋ’ କିମ୍ବା ଫିଲ୍ମରେ ଦେଖିବାକୁ ମିଳିଲାନି। କିନ୍ତୁ ଏବେ ସେ ଏକ ଫିଲ୍ମ ର ନିର୍ଦ୍ଦେଶକ ଭାବେ ପୁଣିଥରେ ଦର୍ଶକଙ୍କ ପାଖକୁ ଫେରୁଛନ୍ତି।

Advertisment

ସୋଶାଲ୍‌ ମିଡିଆରେ ଆକ୍ଟିଭ ଥିବା କପିଲ୍‌ ତାଙ୍କର ଭାବନାକୁ ବେଳେ ବେଳେ ଦର୍ଶକଙ୍କ ସହ ମଧ୍ୟ ସେୟାର କରିଥାନ୍ତି।

କପିଲ୍‌ ତାଙ୍କର ଆଗାମୀ ପଞ୍ଜାବୀ ଫିଲ୍ମ ‘Son of Manjeet Singh’ ର ପ୍ରଥମ ପୋଷ୍ଟର ତାଙ୍କ ଟ୍ୱିଟର ପେଜ୍‌ରେ ସେୟାର କରିଛନ୍ତି। ଏଥିରେ ସେ କ୍ୟାପ୍‌ସନ୍‌ ଦେଇ ଲେଖିଛନ୍ତି - “Son of Manjeet Singh” First Look । ଏହି ଫିଲ୍ମରେ ଗୁରପ୍ରୀତ୍‌ ଗୁଗି ଓ ବିକ୍ରମ୍‌ ଗ୍ରୋଭର୍‌ଙ୍କୁ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିବ।publive-image

Advertisment

ଗୁରପ୍ରୀତ୍‌ ଜଣେ କମେଡିଆନ୍‌ ଓ ସେ ଅନେକ ଦିନରୁ କପିଲ୍‌ଙ୍କୁ ଜାଣିଛନ୍ତି। ଦୁହେଁ ମିଶି ‘The Great Indian Laughter Challenge’ ଚ୍ୟାଲେଞ୍ଜରେ ଭାଗ ନେଇଥିଲେ।

କପିଲ୍‌ଙ୍କ ଏହି ନୂଆ ଫିଲ୍ମଟି ଚଳିତ ବର୍ଷ ଅକ୍ଟୋବର ମାସରେ ରିଲିଜ୍‌ ହେବ। ଏହି ଫିଲ୍ମର କାହାଣୀ ଜଣେ ବାପା ଓ ପୁଅ ଉପରେ ଆଧାରିତ। ଫିଲ୍ମର କାହାଣୀ ପୂରା ଇମୋସ୍‌ନାଲ୍‌ ବୋଲି କୁହାଯାଉଛି।

Advertisment

ଏହି ଫିଲ୍ମର ରିଲିଜ୍‌କୁ ନେଇ କପିଲ୍‌ ବହୁତ ଆଗ୍ରହୀ ଥିବା ଜଣାପଡ଼ିଛି। ସୁନିଲ୍‌ ଗ୍ରୋଭରଙ୍କ ସହ ଝଗଡ଼ା ହେବା ପରେ କପିଲ୍‌ଙ୍କୁ ଅନେକ କଠିନ ସମୟ ଦେଇ ଗତି କରିବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ