Advertisment

ଗ୍ରାମାଞ୍ଚଳରେ କରୋନା ମୁକାବିଲା ଲାଗି ନୂଆ ଏସ୍ଓପି ଜାରି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଏବେ ବି ଉପରମୁହାଁ । ବିଗତ ତିନି ଦିନ ଧରି କରୋନା ସଂକ୍ରମଣ ସାମାନ୍ୟ କମିଥିବା ଦେଖିବାକୁ ମିଳୁଛି । ଜାତୀୟ ରାଜଧାନୀ ଦିଲ୍ଲୀ ଓ…

ଅଦ୍ୟତନ ହୋଇଛି
ଗ୍ରାମାଞ୍ଚଳରେ କରୋନା ମୁକାବିଲା ଲାଗି ନୂଆ ଏସ୍ଓପି ଜାରି

covid19

Advertisment

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଏବେ ବି ଉପରମୁହାଁ । ବିଗତ ତିନି ଦିନ ଧରି କରୋନା ସଂକ୍ରମଣ ସାମାନ୍ୟ କମିଥିବା ଦେଖିବାକୁ ମିଳୁଛି । ଜାତୀୟ ରାଜଧାନୀ ଦିଲ୍ଲୀ ଓ ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମିତ ସଂଖ୍ୟାରେ ହ୍ରାସ ଦେଖାଯାଉଛି । ଅନ୍ୟପଟେ ଦକ୍ଷିଣ ଭାରତରେ କିନ୍ତୁ କରୋନା ସଂକ୍ରମଣ ଶୀର୍ଷରେ ରହିଛି । କେରଳ ଓ କର୍ଣ୍ଣାଟକ ସମେତ ପୂରା ଦକ୍ଷିଣ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏସବୁ ଭିତରେ ଏବେ ଗ୍ରାମାଞ୍ଚଳକୁ ଗୁରୁତ୍ୱ ଦିଆଯାଇଛି। ଏନେଇ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଏସ୍ଓପି ଜାରି ହୋଇଛି। ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି। ବିଶେଷ ଭାବେ ସର୍ଭେଲାନ୍ସ, , ସ୍କ୍ରିନିଂ ଏବଂ ଆଇସୋଲେସନ ଉପରେ ଫୋକସ ପାଇଁ ନିର୍ଦ୍ଦେଶ ରହିଛି।

Advertisment

ଗ୍ରାମାଞ୍ଚଳରେ କେତେ ବ୍ୟକ୍ତିଙ୍କ ପାଖରେ ଲକ୍ଷଣ ଦେଖାଦେଇଛି ? ଟେଷ୍ଟିଂ କିପରି ଅଧିକରୁ ଅଧିକ କରାଯିବ, ଯଦି ସଂପୃକ୍ତ ବ୍ୟକ୍ତିଙ୍କ ପାଖରେ ଅକ୍ସିଜେନ୍ କମ୍ ପରିଲକ୍ଷିତ ହୁଏ ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇବା ଭଳି ବିଭିନ୍ନ ଦିଗକୁ ଗୁରୁତ୍ୱ ସହ କରିବା ନେଇ ନିର୍ଦ୍ଦେଶ ରହିଛି। ଏନେଇ ଆଶାକର୍ମୀଙ୍କୁ ନିଯୁକ୍ତ କରିବାକୁ କୁହାଯାଇଛି। ଏହାସହ ANMଙ୍କୁ ରାପିଡ୍ ଆଣ୍ଟିଜେନ ଟେଷ୍ଟ ପାଇଁ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ରହିଛି। ଲକ୍ଷଣ ଥିଲେ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଟେଲି-କନସଲଟିଂରେ ପରାମର୍ଶ ନେଇ ହେବ। କୋଭିଡ୍ ପରିଚାଳନା ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ସହ ଗୁରୁତର ରୋଗୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯିବ ସେନେଇ ଏସ୍ଓପିରେ ଗୁରୁତ୍ୱ ଦିଆଯାଇଛି।

ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୧୧ ହଜାର ୧୭୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୬ ଲକ୍ଷ ୮୪ ହଜାର ୭୭କୁ ବୃଦ୍ଧି ପାଇଛି  ଏବଂ ମହାମାରୀରେ ୪୧୦୦ ଲୋକଙ୍କ ଜୀବନ ଯାଇଛି । ଫଳରେ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭୦ ହଜାର ୨୮୪କୁ ବୃଦ୍ଧି ପାଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ