aditya das
ଭୁବନେଶ୍ୱର: ରହସ୍ୟ ଘେରରେ ମୋଟିଭେସ୍ନାଲ୍ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ ନେଇ ସସ୍ପେନ୍ସ ଲାଗି ରହି ଥିବାବେଳେ ରେଲ୍ୱେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ନେଇ ‘ଭଦ୍ରକ ସୋସିଆଲ୍ ସର୍ଭିସ୍’ ସ୍ୱେଚ୍ଛାସେବୀ ସଂଗଠନ ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ଏହାସହ ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଉଚ୍ଚ ସ୍ତରୀୟ ଓଡ଼ିଶା କ୍ରାଇମ୍ବ୍ରାଞ୍ଚ ଦ୍ୱାର ତଦନ୍ତ କରାଯାଉ ସଂଗଠନ ପକ୍ଷରୁ ଦାବି ହୋଇଛି।
ଆତ୍ମହତ୍ୟା ବିରୋଧରେ ସୋସିଆଲ ମିଡିଆରେ ମୋଟିଭେସ୍ନାଲ୍ ସ୍ପିଚ୍ ଦେଉଥିବା ଆଦିତ୍ୟ ଏତେ ଶୀଘ୍ର ଚାଲିଯିବେ ବୋଲି ତାଙ୍କ ପ୍ରଶଂସକମାନେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି।
/odishatv-khabar/media/post_attachments/wp-content/uploads/2020/07/aditya-1.jpg)
ଆଦିତ୍ୟଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ବୋଲି ତାଙ୍କ ପ୍ରଶଂସକମାନେ ସନ୍ଦେହ କରୁଛନ୍ତି। ତେଣୁ ଆଦିତ୍ୟଙ୍କ ମୃତ୍ୟୁର ସଠିକ୍ ତଦନ୍ତ କରିବା ପାଇଁ ତାଙ୍କ ସୋସିଆଲ୍ ମିଡିଆର ପ୍ରଶଂସକମାନେ ଦାବି କରିଛନ୍ତି। କାହିଁକି ନା ତାଙ୍କ ମୃତ୍ୟୁକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହେଉଛି ବୋଲି ପ୍ରଶଂସକମାନେ କହିଛନ୍ତି।
ମୃତ୍ୟୁ ପୂର୍ବରୁ ସୋମବାର ସନ୍ଧ୍ୟା ୭ଟା ୧୪ମିନିଟ୍ରେ ସେ ଫେସ୍ବୁକ୍ରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ” ମୃତ୍ୟୁ ଯେତେବେଳେ ଆସେ ବହୁତ ଧୀର ଧୀରେ ଆସେ, କେହି ଜାଣିପାରନ୍ତି ନାହିଁ।” ଯାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ସେହିପରି ତାଙ୍କ ହ୍ୱାଟ୍ସଆପ୍ last seenକୁ ନେଇ ମଧ୍ୟ ଆହୁରି ଅଧିକ ସସ୍ପେନ୍ସ ସୃଷ୍ଟି ହୋଇଛି। ଆଦିତ୍ୟଙ୍କ ହ୍ୱାଟ୍ସଆପ୍ last seen ସୋମବାର ରାତି ୧୧ଟା ୪୦ ମିନିଟ୍ରେ ଥିଲା ବୋଲି ଦାବି କରାଯାଉଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଆଦିତ୍ୟ ମୋବାଇଲ୍କୁ ଫ୍ରିଜ୍ରେ ରଖି ରାଗିକି ଘରୁ ସୋମବାର ସନ୍ଧ୍ୟାରେ ଚାଲି ଯାଇଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି। ଯଦି ସେ ମୋବାଇଲ୍ ଘରେ ରଖି ସନ୍ଧ୍ୟା ବେଳୁ ଚାଲି ଯାଇଥିଲେ ତେବେ ଯେଉଁ ଦାବି ହେଉଛି ତାଙ୍କ ହ୍ୱାଟ୍ସଆପ୍ last seen ସୋମବାର ରାତି ୧୧ଟା ୪୦ ମିନିଟ୍ରେ ଥିଲା, ତା’ହେଲେ ଏହା କେମିତି ସମ୍ଭବ ବୋଲି ତାଙ୍କ ପ୍ରଶଂସକମାନେ ପ୍ରଶ୍ନ କରିଛନ୍ତି। କିଏ ତାଙ୍କ ମୋବାଇଲ୍କୁ ଅପରେଟ୍ କରୁଥିଲା ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ଏ ସବୁ ଘଟଣାକୁ ନେଇ ଏବେ ରହସ୍ୟ ଘେରରେ ଆଦିତ୍ୟଙ୍କ ମୃତ୍ୟୁ।
ସୂଚନାଥାଉ କି, ଗତକାଲି ଲିଙ୍ଗରାଜ ଷ୍ଟେସନ୍ ରେଳ ଲାଇନ୍ କଡ଼ରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର କରଯାଇଥିଲା। ସୁନ୍ଦରପଦାରେ ଆଦିତ୍ୟଙ୍କ ଗୋଟିଏ ବୃଦ୍ଧାଶ୍ରମ କରିଥିବାବେଳେ ପିପୁଲ ଫର୍ ସେବା ନାଁରେ ଗୋଟିଏ ସଂଗଠନ କରିଥିଲେ। ସୋସିଆଲ୍ ମିଡିଆରେ ଆଦିତ୍ୟଙ୍କ ଶତାଧିକ ଫଲୋଅର୍ସ ଅଛନ୍ତି।
/odishatv-khabar/media/post_attachments/wp-content/uploads/2020/07/aditya-3.jpg)
ଆଦିତ୍ୟ ସମାଜ ସେବା ସହିତ ପ୍ରେରଣାଦାୟକ ବକ୍ତା( ମୋଟିଭେସନାଲ ସ୍ପିକର) ଥିଲେ। ମାନସିକ ଅବସାଦରୁ କେମିତି ଦୂରେଇ ରହିବେ, ସନେଇ ଅନେକ ଥର ଭିଡିଓ ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ସେ। ଏମିତିକି ବଲିଉଡ୍ ଷ୍ଟାର୍ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ମଧ୍ୟ ସେ ଗ୍ରହଣୀୟ ନୁହେଁ ବୋଲି କହିଥିଲେ। ଆତ୍ମହତ୍ୟା ସମସ୍ୟାର ବିକଳ୍ପ ନୁହେଁ ବୋଲି ସେ ଫେସ୍ବୁକ୍ରେ ପୋଷ୍ଟ କରିଥିଲେ।
ଆହୁରି ମଧ୍ୟ ପଢ଼ନ୍ତୁ: ‘ସକାଳେ ଏତେ ଭଲ ପାଇଲେ, ସନ୍ଧ୍ୟାରେ ଘରୁ ଚାଲିଯିବାକୁ କହିଲେ’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BeFunky-collage-2_1626168127.jpg)