Advertisment

ଘରେ ପଶି ଯୁବକଙ୍କ ଗଳାକାଟି ହତ୍ୟା

ଢେଙ୍କାନାଳ  : ଘରେ ପଶି ଯୁବକଙ୍କ ଗଳା କାଟିଦେଲେ ଦୁର୍ବୃତ୍ତ । ଏଭଳି  ଘଟଣା ଘଟିଛି ଢେଙ୍କାନାଳ ସହରରେ।  ଢେଙ୍କାନାଳ ସହର ମୀନାବଜାରରେ ମଣ୍ଟୁ ପାତ୍ର ନାମକ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଛି।  ମଣ୍ଟୁ ଏକ ସୁନା ଦୋକାନ କରିଥିଲେ। ଘରେ ଶୋଇଥିବା ବେଳେ ତାଙ୍କୁ ତଣ୍ଟିକାଟି ହତ୍ୟାକରାଯାଇଥିବା ଜଣାପଡ଼ିଛି। ତେବେ କିଏ ଓ କଣ ପାଇଁ ତାଙ୍କୁ ହତ୍ୟା କଲା, ଏହା କିଛି ସ୍ପଷ୍ଟ ହୋଇନାହିଁ।  ପୁଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ […]

ଘରେ ପଶି ଯୁବକଙ୍କ ଗଳାକାଟି ହତ୍ୟା

dkl-up

Advertisment

ଢେଙ୍କାନାଳ  : ଘରେ ପଶି ଯୁବକଙ୍କ ଗଳା କାଟିଦେଲେ ଦୁର୍ବୃତ୍ତ । ଏଭଳି  ଘଟଣା ଘଟିଛି ଢେଙ୍କାନାଳ ସହରରେ।  ଢେଙ୍କାନାଳ ସହର ମୀନାବଜାରରେ ମଣ୍ଟୁ ପାତ୍ର ନାମକ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଛି।  ମଣ୍ଟୁ ଏକ ସୁନା ଦୋକାନ କରିଥିଲେ। ଘରେ ଶୋଇଥିବା ବେଳେ ତାଙ୍କୁ ତଣ୍ଟିକାଟି ହତ୍ୟାକରାଯାଇଥିବା ଜଣାପଡ଼ିଛି।

Advertisment

ତେବେ କିଏ ଓ କଣ ପାଇଁ ତାଙ୍କୁ ହତ୍ୟା କଲା, ଏହା କିଛି ସ୍ପଷ୍ଟ ହୋଇନାହିଁ।  ପୁଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ତଦନ୍ତ ଅାରମ୍ଭ କରିଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ୍‌ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁରର ସହାୟତା ନେଇଛି।

ମଣ୍ଟୁଙ୍କ ଘର ପଶ୍ଚିମବଙ୍ଗର ମେଦିନିପୁର ଅଞ୍ଚଳରେ। ସେ ଢେଙ୍କାନାଳରେ ରହି ବ୍ୟବସାୟ କରୁଥିଲେ।  ହତ୍ୟାକାଣ୍ଡ ବେଳେ ଘରେ ତାଙ୍କର ସ୍ତ୍ରୀ ଓ ଦୁଇ ପୁଅ ଥିଲେ। କେହି ବି ଘଟଣାର ଟେର ପାଇନଥିବା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ