Advertisment

ଆଜି ୩ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ୩ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି।  ଏହି ୩ ରାଜ୍ୟରେ ଭୋଟ ଗଣତି ପାଇଁ ଗଣତି କେନ୍ଦ୍ରରେ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ତିନିଟି ରାଜ୍ୟରେ ବିଧାନସଭା ଆସନସଂଖ୍ୟା ୬୦ଟି ଲେଖାଏଁ ହୋଇଥିଲେ ମଧ୍ୟ ୫୯ଟି ଆସନ ପାଇଁଭୋଟ ଗ୍ରହଣ ହୋଇଛି।  ତ୍ରିପୁରାରେ ଜଣେ ସିପିଏମ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ମେଘାଳୟରେ ଜଣେ […]

ଆଜି ୩ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ

north east election

Advertisment

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ୩ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି।  ଏହି ୩ ରାଜ୍ୟରେ ଭୋଟ ଗଣତି ପାଇଁ ଗଣତି କେନ୍ଦ୍ରରେ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ତିନିଟି ରାଜ୍ୟରେ ବିଧାନସଭା ଆସନସଂଖ୍ୟା ୬୦ଟି ଲେଖାଏଁ ହୋଇଥିଲେ ମଧ୍ୟ ୫୯ଟି ଆସନ ପାଇଁଭୋଟ ଗ୍ରହଣ ହୋଇଛି।  ତ୍ରିପୁରାରେ ଜଣେ ସିପିଏମ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ମେଘାଳୟରେ ଜଣେ ଏନସିପି ପ୍ରାର୍ଥୀଙ୍କୁ ହତ୍ୟା କରାଯାଇଥିଲା। ଏଥିଯୋଗୁ ଦୁଇଟି ବିଧାନସଭା ଆସନରେ ଭୋଟଗ୍ରହଣ ସ୍ଥଗିତ ରହିଛି।

ଅନ୍ୟପକ୍ଷରେ ନାଗାଲାଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ  ନେଫୁ ରିଓ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାରୁ ସେଠାରେ ଭୋଟଗ୍ରହଣ ହୋଇନାହିଁ।  ନାଗାଲାଣ୍ଡରେ ୧୭ଟି ଗଣତି କେନ୍ଦ୍ରରେ ୩୪୯ଟି ଟେବୁଲ କରାଯାଇଥିବା ବେଳେ ମେଘାଳୟରେ ୧୩ଟି ଗଣତି କେନ୍ଦ୍ର କରାଯାଇଛି।  ତିନିଟି ଯାକ ରାଜ୍ୟରେ ବିଜେପି ଶକ୍ତିଶାଳୀ ଦଳ ଭାବେ ଉଭା ହେବ ବୋଲି କୁହାଯାଉଛି।

Advertisment

ଏପରିକି ତ୍ରିପୁରାରେ ବିଜେପି କ୍ଷମତା ହାସଲ କରିବ ବୋଲି କେତେକ ଏକ୍ସିଟ୍  ପୋଲ ପୂର୍ବାନୁମାନ କରିଛନ୍ତି। ଯଦି ଏପରି ହେବ ତେବେ୨୫ ବର୍ଷ ଧରି ଚାଲିଥିବା ବାମପନ୍ଥୀ ଶାସନର ଅନ୍ତ ହେବ।  ସେପଟେ ମେଘାଳୟ ଓ ନାଗାଲାଣ୍ଡରେ ଝୁଲା ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

୧୦ ବର୍ଷ ହେଲା ମେଘାଳୟରେ କଂଗ୍ରେସ ଶାସନ ଚାଲିଛି।  ନାଗାଲାଣ୍ଡରେ କ୍ଷମତାରେ ଅଛି ନାଗା ପିପୁଲ୍ସ ଫ୍ରଣ୍ଟ। ଏହି ଦୁଇଟି ରାଜ୍ୟରେ ବିଜେପି, ଶାସକ ଦଳକୁ କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ଅନୁମାନ କରାଯାଉଛି।  ବର୍ତ୍ତମାନ ଉତ୍ତର ପୂର୍ବାଞ୍ଚଳର ଆସାମ, ମଣିପୁର ଓ ଅରୁଣାଚଳ ପ୍ରଦେଶରେ ଅଛି ବିଜେପି ସରକାର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ