Advertisment

ଆସନ୍ତାକାଲି ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନର ଧର୍ମଘଟ ଡାକରା

ଭୁବନେଶ୍ୱର : ଅାସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ମୋଟର ଭେଇକିଲ୍ ଆକ୍ଟ ୧୯୮୮ର ସଂଶୋଧନକୁ ବିରୋଧ କରି ଏହି ଅାନ୍ଦୋଳନ ଡାକରା ଦିଅାଯାଇଛି। ଏହି ଅାନ୍ଦୋଳନ ଫଳରେ ଦେଶବ୍ୟାପୀ ମାଲ୍‌ ଓ କେତେକ ସ୍ଥଳରେ ଯାତ୍ରୀ ପରିବହନ ସେବା ମଧ୍ୟ ବାଧାପ୍ରାପ୍ତ ହେବା ଅାଶଙ୍କା କରାଯାଉଛି। ପରିବହନ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟକୁ ଅଲ୍‌ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ସମର୍ଥନ କରିଛି। ସେହିଭଳି ନିଖିଳ ଓଡ଼ିଶା ଟାକ୍ସି-ଅଟୋ […]

ଆସନ୍ତାକାଲି ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନର ଧର୍ମଘଟ ଡାକରା

ST

Advertisment

ଭୁବନେଶ୍ୱର : ଅାସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ମୋଟର ଭେଇକିଲ୍ ଆକ୍ଟ ୧୯୮୮ର ସଂଶୋଧନକୁ ବିରୋଧ କରି ଏହି ଅାନ୍ଦୋଳନ ଡାକରା ଦିଅାଯାଇଛି। ଏହି ଅାନ୍ଦୋଳନ ଫଳରେ ଦେଶବ୍ୟାପୀ ମାଲ୍‌ ଓ କେତେକ ସ୍ଥଳରେ ଯାତ୍ରୀ ପରିବହନ ସେବା ମଧ୍ୟ ବାଧାପ୍ରାପ୍ତ ହେବା ଅାଶଙ୍କା କରାଯାଉଛି।

Advertisment

ପରିବହନ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟକୁ ଅଲ୍‌ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ସମର୍ଥନ କରିଛି। ସେହିଭଳି ନିଖିଳ ଓଡ଼ିଶା ଟାକ୍ସି-ଅଟୋ ମହାସଂଘ ମଧ୍ୟ ଅାନ୍ଦୋଳନକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ତେବେ ରାଜ୍ୟ ଘରୋଇ ବସ୍‌ ମହାସଂଘ ଏହି ଅାନ୍ଦୋଳନରେ ସାମିଲ ହେବା ନେଇ କୌଣିସ ନିଷ୍ପତ୍ତି ନେଇନାହିଁ। ତେଣୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ସ୍ୱାଭାବିକ ରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ