Advertisment

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି। ମୌସୁମୀ ପ୍ରଭାବରେ କେରଳର ଅନେକ ସ୍ଥାନରେ ଆଜି ବର୍ଷା ହୋଇଛି। ଏଥିସହ ତାମିଲନାଡ଼ୁ ଓ ଲାକ୍ଷାଦୀପରେ ବର୍ଷାର ପ୍ରଭାବ ଗାରି ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ମୌସୁମୀ ପହଞ୍ଚିଛି। ତେବେ ଓଡ଼ିଶା ସମେତ ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, […]

କେରଳ ଛୁଇଁଲା ମୌସୁମୀ

monsoon

Advertisment

ନୂଆଦିଲ୍ଲୀ/ଭୁବନେଶ୍ୱର: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି। ମୌସୁମୀ ପ୍ରଭାବରେ କେରଳର ଅନେକ ସ୍ଥାନରେ ଆଜି ବର୍ଷା ହୋଇଛି।

Advertisment

ଏଥିସହ ତାମିଲନାଡ଼ୁ ଓ ଲାକ୍ଷାଦୀପରେ ବର୍ଷାର ପ୍ରଭାବ ଗାରି ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ମୌସୁମୀ ପହଞ୍ଚିଛି।

ତେବେ ଓଡ଼ିଶା ସମେତ ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ଗୋଆ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର କିଛି ଅଞ୍ଚଳରେ କାଳ ବୈଶାଖୀ ବର୍ଷା ଜାରି ରହିପାରେ ବୋଲି ଜଣାପଡ଼ିଛି।

Advertisment

ଜୁନ୍‌ ୧ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀରୁ କମ୍‌ ରହିବା ସହ ପ୍ରାକ୍‌-ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି ଭୁବନେଶ୍ୱର ଅାଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି। ତେବେ ୨ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ