Advertisment

ଅଶ୍ଳୀଳ ଭିଡ଼ିଓ ଭାଇରାଲ ଅଭିଯୁକ୍ତ ଉନ୍ମୟ ପାଢୀଙ୍କୁ ଜୀଅନ୍ତା ଜାଳି ଦେଇଥିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଅଶ୍ଳୀଳ ଭିଡ଼ିଓ ଭାଇରାଲ ଅଭିଯୁକ୍ତ ଉନ୍ମୟ ପାଢୀଙ୍କୁ ବିଭତ୍ସ ହତ୍ୟ। ଅଭିଯୁକ୍ତଙ୍କୁ ପେଟ୍ରୋଲ କିମ୍ବା ଅନ୍ୟ କିଛି ଦହନଶୀଳ ପଦାର୍ଥ ଢାଳି ଜୀଅନ୍ତା ପୋଡି ଦେଇଥିବା ସୂଚନା ମିଳିଛି। ଆକ୍ରମଣକାରୀ ପ୍ରଥମେ ଏକ ମାର୍ତୁଲ ସାହାଯ୍ୟରେ ଉନ୍ମୟଙ୍କ ମୁଣ୍ଡକୁ ଆଘାତ କରିବା ସହ ଛୁରା ମାଡ କରିଥିଲେ। ସେ ଅଚେତ୍ ହୋଇଯିବା ପରେ ତାଙ୍କ ଉପରେ ପେଟ୍ରୋଲ କିମ୍ବା କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ […]

ଅଶ୍ଳୀଳ ଭିଡ଼ିଓ ଭାଇରାଲ ଅଭିଯୁକ୍ତ ଉନ୍ମୟ ପାଢୀଙ୍କୁ ଜୀଅନ୍ତା ଜାଳି ଦେଇଥିଲେ ଦୁର୍ବୃତ୍ତ

viral video

Advertisment

ଭୁବନେଶ୍ୱର : ଅଶ୍ଳୀଳ ଭିଡ଼ିଓ ଭାଇରାଲ ଅଭିଯୁକ୍ତ ଉନ୍ମୟ ପାଢୀଙ୍କୁ ବିଭତ୍ସ ହତ୍ୟ। ଅଭିଯୁକ୍ତଙ୍କୁ ପେଟ୍ରୋଲ କିମ୍ବା ଅନ୍ୟ କିଛି ଦହନଶୀଳ ପଦାର୍ଥ ଢାଳି ଜୀଅନ୍ତା ପୋଡି ଦେଇଥିବା ସୂଚନା ମିଳିଛି। ଆକ୍ରମଣକାରୀ ପ୍ରଥମେ ଏକ ମାର୍ତୁଲ ସାହାଯ୍ୟରେ ଉନ୍ମୟଙ୍କ ମୁଣ୍ଡକୁ ଆଘାତ କରିବା ସହ ଛୁରା ମାଡ କରିଥିଲେ। ସେ ଅଚେତ୍ ହୋଇଯିବା ପରେ ତାଙ୍କ ଉପରେ ପେଟ୍ରୋଲ କିମ୍ବା କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ ଅପରାଧୀଙ୍କ ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରିପାରେ ବୋଲି ଆଶା କରାଯାଉଛି।

Advertisment

ଏପଟେ ହତ୍ୟାକାଣ୍ଡକୁ  ସପ୍ତାହେ ପୁରିବାକୁ ଯାଉଥିବା ବେଳେ ପୋଲିସ ହାତ ଖାଲି। ଗତକାଲି ଭୁବନେଶ୍ୱର ଡିସିପି ଓ ସ୍ପେଶାଲ ସ୍କ୍ୱାଡ୍ କୁଆଖାଇ ନଈପଠାକୁ ଯାଇ ଯାଞ୍ଚ କରିଥିଲେ। ତେବେ ଏଯାଏଁ କୌଣସି ଠୋସ୍ ସୁରାକ୍ ହାତରେ ଲାଗିନାହିଁ। ସେହିପରି ଉନ୍ମୟଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୋଲିସ ଭାଇରାଲ ଭିଡିଓରେ ଥିବା ଯୁବତୀ, ତାଙ୍କ ପୁରଷ ବନ୍ଧୁ ଓ ତାଙ୍କର ଜଣେ ଭାଇଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ସେମାନଙ୍କଠାରୁ ଏଯାଏଁ କୌଣସି ତଥ୍ୟ ହାସଲ କରିପାରିନାହିଁ।

ଏବେ ପ୍ରଶ୍ନ ଭିଡିଓକୁ ଭାଇରାଲ କରିଥିବାରୁ ପ୍ରତିଶୋଧ ପରାୟଣ ହୋଇ ଉନ୍ମୟଙ୍କୁ ଏଭଳି ବିଭତ୍ସ ଭାବେ ହତ୍ୟା କରାଯାଇଛି କି? ଉନ୍ମୟ ଏହି ଭିଡିଓ ସହାୟତାରେ ଯୁବତୀଙ୍କୁ ବ୍ଲାକ୍‌ମେଲ କିମ୍ବା ଧମକଚମକ ଦେଉଥିଲେ କି? କୌଣସି ତୃତୀୟ ପକ୍ଷ ସହ ଉନ୍ମୟଙ୍କର କୌଣସି ଶତୃତା ଥିଲା କି? ନା ଘଟଣାର ଅନ୍ୟ କିଛି ଦିଗ ରହିଛି? ପୋଲିସ କେବେ ଘଟଣାର ରହସ୍ୟ ଭେଦ କରିପାରୁଛି, ଏବେ ତା ଉପରେ ନଜର।

Advertisment
Odisha Kuakhai Murder Sex Viral Video Clip
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ