heat-1
ଭୁବନେଶ୍ୱର : ଆକାଶରୁ ବର୍ଷୁଛି ନିଆଁ। ଡହ ଡହ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ କଲବଲ ହେଉଛି ସାରା ରାଜ୍ୟ। ଗତକାଲି ଭଳି ଆଜି ବି ଭୁବନେଶ୍ୱରରେ ରେକର୍ଡ ଛୁଇଁଛି ତାତି। ଦିନ ସାଢ଼େ ଗୋଟାଏ ସୁଦ୍ଧା ରାଜଧାନୀର ତାପମାତ୍ରା ୪୨ ଡିଗ୍ରୀ ଟପିଯାଇଥିଲା। ଅବସ୍ଥା ଏଭଳି ହୋଇଛି ଯେ, ଦିନ ୯ଟା ପରେ ଆଉ ପଦାକୁ ବାହାରିବା ମୁସ୍କିଲ ହୋଇ ପଡୁଛି।
ଗତ ୧୦ ବର୍ଷର ତାପମାତ୍ରା ରେକର୍ଡକୁ ଦେଖିଲେ, ୨୦୧୨ ଜୁନ୍ରେ ରାଜଧାନୀର ପାରଦ ୪୬.୭ ଡିଗ୍ରୀ ଛୁଇଁଥିଲା। ସେହିପରି ୨୦୧୫ରେ ୪୪ ଡିଗ୍ରୀ ଛୁଇଁଥିଲା। ତେବେ ଏଥର ମୌସୁମୀ ସଅଳ ଆସିବା ସତ୍ୱେ ଅସହ୍ୟ ତାତିରେ ଲୋକେ ଆଉଟୁ ପାଉଟୁ ହେଉଛନ୍ତି। ଗୋଟିଏ ପଟେ ଅସହ୍ୟ ତାତି, ଅନ୍ୟପଟେ ଘନ ଘନ ବିଜୁଳି କାଟ। ସତେ ଯେମିତି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ବାହାର କଥା ଛାଡ଼ନ୍ତୁ ଘର ଭିତରେ ବି ରହି ହେଉନି। ଅଧିକାଂଶ ସ୍ଥାନରେ ଆଶ୍ରୟସ୍ଥଳ ପାଲଟିଛି ଗଛ ଛାଇ।
ଆଜି ଭଳି ଆଗାମୀ ୪୮ ଘଣ୍ଟା ଯାଏଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଚଳିତ ମାସ ଶେଷ ଆଡ଼କୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏପରି ହେଲେ ମୌସୁମୀ ପୁଣି ସକ୍ରିୟ ହେବା ସହ ପାଗରେ ପରିବର୍ତ୍ତନ ଆସିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/heat-1-1_1626673149.jpg)