salepur
କଟକ: ସାଲେପୁରରେ ସ୍କୁଲ ବାରଣ୍ଡାରୁ ୬ ବର୍ଷର ଶିଶୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି ପୋଲିସ୍। ଗିରଫ ଅଭିଯୁକ୍ତ ହେଲେ ସ୍ଥାନୀୟ ଅଞ୍ଚଳର ଏମ୍. ଡି. ମୁସ୍ତାଫା ଅଭିଯୁକ୍ତଙ୍କ ବିରୋଧରେ ୩୭୬, I(M), ୩୦୭, ପୋକ୍ସୋ ଦଫା ଲାଗିଛି।
ଗତକାଲି ରାତିରେ ସାଲେପୁର ଥାନା ଅଞ୍ଚଳରେ ଏକ ସ୍କୁଲ ବାରଣ୍ଡାରୁ ଜଣେ ୬ ବର୍ଷର ବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାକୁ ପ୍ରଥମେ ସାଲେପୁର ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ନାବାଳିକାକୁ କେହି ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରିଥିବା ନେଇ ପରିବାର ଲୋକେ ସନ୍ଦେହ କରି ସାଲେପୁର ଥାନାରେ ଅଭିଯୋଗ କରିଥିଲେ।
ଆଜି ସକାଳେ ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଯାଇ ନମୂନା ସଂଗ୍ରହ କରିଛି। ପ୍ରାଥମିକ ତଦନ୍ତରୁ ଶିଶୁକୁ ଶାରୀରିକ ଆଘାତ ଲାଗିଥିବା ଜଣାପଡ଼ିଛି। କିନ୍ତୁ ଦୁଷ୍କର୍ମ ହୋଇଛି କି ନାହିଁ ତାହା ଡାକ୍ତରୀ ପରୀକ୍ଷା ପରେ ଜଣାପଡ଼ିବ ବୋଲି ସାଲେପୁର ଏସ୍ଡିପିଓ କହିଛନ୍ତି। ଉଦ୍ଧାର ହୋଇଥିବା ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାର ଚିକିତ୍ସା ଲାଗି କଟକ ବଡ଼ ମେଡିକାଲରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/salepur-1_1626500295.jpg)