Advertisment

ଦିଲେଶ୍ୱରଙ୍କ ମୃତ୍ୟୁ ପରେ ତେଜିଲା ପଲିଟିକାଲ୍ ଓ୍ୱାର୍ : ଶ୍ରଦ୍ଧାଞ୍ଜଳି ଦେଇ ବିଜେପିକୁ  ନରହନ୍ତା କହିଲା ବିଜେଡି

ଭୁବନେଶ୍ୱର: ରାଜନୈତିକ ହିଂସାରେ ଗଡ଼ିଲା ମୁଣ୍ଡ । ୨ଦିନ ଧରି ମୃତ୍ୟୁ ସହ ସଂଗ୍ରାମ ପରେ ଆଖିବୁଜିଲେ ସୋହେଲା ବନାବିରା ଆକ୍ରମଣର ଅନ୍ୟ ଜଣେ ଆହତ ଦିଲେଶ୍ୱର ସାହୁ। ବୁର୍ଲା ମେଡ଼ିକାଲରୁ କଟକ ଏସସିବିକୁ ସ୍ଥାନାନ୍ତରର କେଇ ମିନିଟ୍ ପରେ ଚାଲିଗଲା ଦିଲେଶ୍ୱରଙ୍କ ପ୍ରାଣବାୟୁ। ଆଉ ଏପଟେ ରାଜନୀତିର ଚକ୍ରବ୍ୟୁହରେ ସ୍ୱାମୀଙ୍କୁ ହରାଇଥିବା ପତ୍ନୀ ଆଖିର ଲୁହ ବୋଲ ମାନୁନି । ଫାଟିପଡ଼ୁଛି ଆତ୍ମୀୟସ୍ୱଜନଙ୍କ କୋହ। ଦିଲେଶ୍ୱରଙ୍କ ମୃତ୍ୟୁ ପରେ ପତ୍ନୀ ଆରତୀଙ୍କ ମୁଣ୍ଡ ଉପରେ ଏବେ […]

ଦିଲେଶ୍ୱରଙ୍କ ମୃତ୍ୟୁ ପରେ ତେଜିଲା ପଲିଟିକାଲ୍ ଓ୍ୱାର୍ : ଶ୍ରଦ୍ଧାଞ୍ଜଳି ଦେଇ ବିଜେପିକୁ  ନରହନ୍ତା କହିଲା ବିଜେଡି

dileswar death

Advertisment

ଭୁବନେଶ୍ୱର: ରାଜନୈତିକ ହିଂସାରେ ଗଡ଼ିଲା ମୁଣ୍ଡ । ୨ଦିନ ଧରି ମୃତ୍ୟୁ ସହ ସଂଗ୍ରାମ ପରେ ଆଖିବୁଜିଲେ ସୋହେଲା ବନାବିରା ଆକ୍ରମଣର ଅନ୍ୟ ଜଣେ ଆହତ ଦିଲେଶ୍ୱର ସାହୁ। ବୁର୍ଲା ମେଡ଼ିକାଲରୁ କଟକ ଏସସିବିକୁ ସ୍ଥାନାନ୍ତରର କେଇ ମିନିଟ୍ ପରେ ଚାଲିଗଲା ଦିଲେଶ୍ୱରଙ୍କ ପ୍ରାଣବାୟୁ। ଆଉ ଏପଟେ ରାଜନୀତିର ଚକ୍ରବ୍ୟୁହରେ ସ୍ୱାମୀଙ୍କୁ ହରାଇଥିବା ପତ୍ନୀ ଆଖିର ଲୁହ ବୋଲ ମାନୁନି । ଫାଟିପଡ଼ୁଛି ଆତ୍ମୀୟସ୍ୱଜନଙ୍କ କୋହ। ଦିଲେଶ୍ୱରଙ୍କ ମୃତ୍ୟୁ ପରେ ପତ୍ନୀ ଆରତୀଙ୍କ ମୁଣ୍ଡ ଉପରେ ଏବେ ୨ ପିଲାଙ୍କ ବୋଝ । କେମିତି ସଂଭାଳିବେ, ତାକୁ ନେଇ ଭାଙ୍ଗିପଡ଼ିଛନ୍ତି ପତ୍ନୀ ଆରତୀ।

Advertisment

publive-imageଆଉ ଏପଟେ ଦିଲେଶ୍ୱରଙ୍କ ଶବ ଉପରେ ଆରମ୍ଭ ହୋଇଛି ରାଜ୍ୟ ରାଜନୀତି। ମୃତ ଦିଲେଶ୍ୱରଙ୍କ ମୃତଦେହକୁ ଭୁବନେଶ୍ୱର ଆଣି ରାଜ୍ୟ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଦେଇଛି ବିଜେଡି। ଅନ୍ୟ ବରିଷ୍ଠ ନେତାଙ୍କ ସହ ଖୋଦ୍ ସୁପ୍ରିମୋ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ହିଂସାକାଣ୍ଡରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ତାସହ ମୃତ ଦିଲେଶ୍ୱରଙ୍କ ୨ ପିଲାଙ୍କ ପଢା ଖର୍ଚ୍ଚ, ପରିବାରର ଭରଣପୋଷଣ ବିଜେଡି ବହନ କରିବ।

ସେପଟେ ଏହି ଘଟଣାକୁ ନେଇ ରାଜ୍ୟପାଳଙ୍କୁ ଫେରାଦ୍ ହୋଇଛି ବିଜେପି। ଦଳ ଅଭିଯୋଗ କରିଛି ଯେ, ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗୁଣ୍ଡାମାନେ ଗାଡ଼ିର କାଚ ଭାଙ୍ଗିଥିଲେ। ମନ୍ତ୍ରୀ ତାଙ୍କ ବେଆଇନ୍ ବନ୍ଧୁକରୁ ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ। ଜାଣିଶୁଣି ମିଛ ଅପରାଧରେ ବିଜେପି କାର୍ଯ୍ୟକର୍ତ୍ତାକୁ ଗିରଫ କରିବାକୁ ଏଭଳି ଷଡଯନ୍ତ୍ର କରାଯାଇଥିବା ବିଜେପି ଅଭିଯୋଗ କରିଛି। ଦିଲେଶ୍ୱରଙ୍କ ମୃତ୍ୟୁକୁ ସନ୍ଦେହଜନକ କହିବା ସହ ରାଜ୍ୟପାଳଙ୍କୁ ଫେରାଦ୍ ହୋଇଛି ବିଜେପି। ତାସହ ଏହାର ସିବିଆଇ ତଦନ୍ତ ହେବା ଦରକାର ବୋଲି ବିଜେପି ମୁଖପାତ୍ର କହିଛନ୍ତି। ସେପଟେ ଏହାର ଜବାବ ରଖିଛି ବିଜେଡି।

Advertisment

ଶୁକ୍ରବାର ରାତିରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତଙ୍କ ସମେତ ୪ ଜଣଙ୍କୁ ଆକ୍ରମଣ ସୋହେଲା ବନାବିରା ଗାଁରେ ହୋଇଥିଲା। ଗତ ରାତିରେ ଦିଲେଶ୍ୱରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଆହତଙ୍କ ଚିକିତ୍ସା ଜାରି ରହିଛି। ସେପଟେ ଆକ୍ରମଣରେ ୩ ଜଣଙ୍କୁ ପୋଲିସ୍ ଗିରଫ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ