patanagarh gift blast
ବଲାଙ୍ଗିର : କେମିତି ଖୋଲିବ ପାଟଣାଗଡ଼ ପାର୍ସଲ ବୋମାର ରହସ୍ୟ? କିଏ ସେ ମୃତ୍ୟୁର ପ୍ରେରକ? ଘଟଣାର ୫ ଦିନ ପରେ ବି ଥଳକୂଳ ପାଉନି ବଲାଙ୍ଗିର ପୋଲିସ୍। ତଦନ୍ତ ପାଇଁ ରାୟପୁର ଯାଇଥିବା ବଲାଙ୍ଗିର ପୋଲିସ୍ର ଟିମ୍ କେବଳ କୋରିୟର ଆସିଥିବା ସ୍କାଏ କିଂ ଶାଖାରେ ଚକ୍କର ଲଗାଇଥିଲେ ମଧ୍ୟ କିଛି ପକ୍କା ସୁରାକ୍ ପାଇ ନଥିବା ଜଣାପଡ଼ିଛି। କାରଣ ଏଯାଏଜଣାପଡ଼ିନି କୋରିୟରର ପ୍ରେରକ ଆର୍.କେ. ଶର୍ମା ନାଁ ଅସଲି ନା ନକଲି।
କୋରିୟର ପଠାଇଥିବା ବ୍ୟକ୍ତି ରାୟପୁରର ନା ତଦନ୍ତକୁ ଦିଗହରା କରିବା ଉଦ୍ଦେଶ୍ୟରେ କେହି ବାହାର ଲୋକ ଏମିତି କରିଛି? ଯିଏ ବି ଏମିତି କରିଛି, କଣ ଥିଲା ତାର ଉଦ୍ଦେଶ୍ୟ? ଟାର୍ଗେଟ୍ରେ ବର-କନ୍ୟା ନା ଆଉ କେହି ଥିଲେ? ପ୍ରତାରଣା, ସଂପତ୍ତି ନା ପୂର୍ବ ଶତ୍ରୁତାରୁ ପ୍ରତିଶୋଧ ପାଇଁ ଏଇ ଜଘନ୍ୟ କାଣ୍ଡ- କାରଣ? ତଦନ୍ତକୁ ଆଗକୁ ନେବା ପାଇଁ ପୋଲିସ ଏସବୁ ପ୍ରଶ୍ନର ଉତ୍ତର ଖୋଜୁଥିଲା ବେଳେ କୌଣସି ଗୋଟିଏ ଦିଗରେ ବି ଆଗକୁ ବଢ଼ି ପାରୁନି। ଏଭଳି ସ୍ଥିତିରେ ଘଟଣାର ଏକମାତ୍ର ସାକ୍ଷୀ ତଥା ସୌମ୍ୟଶେଖରଙ୍କ ପତ୍ନୀ ରୀନାରାଣୀଙ୍କ ବୟାନ ପାଇଁ ତାଙ୍କୁ ସୁସ୍ଥ ହେବାକୁ ଅପେକ୍ଷା କରିଛି।
ଏପଟେ କଟକ ବଡ଼ ମେଡିକାଲ୍ରେ ଚିକିତ୍ସିତ ହେଉଥିବା ରୀନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିଲେ ବି ସେ ବିପଦମୁକ୍ତ ନୁହନ୍ତି ବୋଲି ମେଡିକାଲ୍ କର୍ତ୍ତୃପକ୍ଷ କହିଛନ୍ତି। ପାର୍ସଲ ବୋମା ବିସ୍ଫୋରଣର ରହସ୍ୟ ଭେଦିବାକୁ ଏକ ପ୍ରକାର ଅନ୍ଧାରରେ ବାଡ଼ି ବୁଲାଉଥିବା ପୋଲିସ୍ ତଦନ୍ତକୁ ଆଗକୁ କେମିତି ନେଉଛି ଏବେ ତା ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/patanagarh-gift-blast_1626430981.jpg)