Advertisment

ପ୍ରଳୟଙ୍କାରୀ ଧୂଳିଝଡରେ ୭୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଧୂଳିଝଡର ତାଣ୍ଡବ। ପ୍ରଳୟଙ୍କାରୀ ଧୂଳିଝଡରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଉତ୍ତରପ୍ରଦେଶରେ ୪୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଗ୍ରାରେ କେବଳ ୩୬ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଧୂଳିଝଡର ତାଣ୍ଡବରେ ରାଜସ୍ଥାନରେ ୨୭ଣଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ ଓ ରାଜସ୍ଥାନ ବ୍ୟତୀତ ଦିଲ୍ଲୀରେ ମଧ୍ୟ ଧୂଳିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। ତେବେ ଦିଲ୍ଲୀରେ କିଛି କ୍ଷୟକ୍ଷତି ହୋଇନଥିବାର […]

ପ୍ରଳୟଙ୍କାରୀ ଧୂଳିଝଡରେ ୭୦ରୁ ଅଧିକ ମୃତ

Storm

Advertisment

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଧୂଳିଝଡର ତାଣ୍ଡବ। ପ୍ରଳୟଙ୍କାରୀ ଧୂଳିଝଡରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Advertisment

ଉତ୍ତରପ୍ରଦେଶରେ ୪୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଗ୍ରାରେ କେବଳ ୩୬ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଧୂଳିଝଡର ତାଣ୍ଡବରେ ରାଜସ୍ଥାନରେ ୨୭ଣଙ୍କ ମୃତ୍ୟୁ ହୋଇଛି।

ଉତ୍ତରପ୍ରଦେଶ ଓ ରାଜସ୍ଥାନ ବ୍ୟତୀତ ଦିଲ୍ଲୀରେ ମଧ୍ୟ ଧୂଳିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। ତେବେ ଦିଲ୍ଲୀରେ କିଛି କ୍ଷୟକ୍ଷତି ହୋଇନଥିବାର ଜଣାପଡ଼ିଛି।

Advertisment

ରାଜସ୍ଥାନର ଧୋଲପୁର, ଅଲୱାର, ଭରତପୁର ଜିଲ୍ଲାରେ ଭୀଷଣ ଧୂଳିଝଡ ହୋଇଛି।  ପ୍ରବଳ ବେଗରେ ପବନ ହେବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଘର ଭାଙ୍ଗିଯିବା ସହ ଗଛ ଉପୁଡି ଯାଇଛି।  ବିଦ୍ୟୁତ ଖୁଣ୍ଟ ଉପୁଡି ଯିବାରୁ ବିଦ୍ୟୁତ ସେବା ବ୍ୟାହତ ହୋଇଛି। କେବଳ ଭରତପୁର ଜିଲ୍ଲାର ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।  ଅଧିକାଂଶ ସ୍ଥାନରେ କାନ୍ଥ ପଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment

ଉତ୍ତରପ୍ରଦେଶ ଓ ରାଜସ୍ଥାନ ସରକାର ମୃତକଙ୍କ ପରିବାରକୁ ୪ ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

Rajasthan Uttar Pradesh Storm
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ