elephant
Advertisment
ଭୁବନେଶ୍ୱର: ପୁଣି ଦନ୍ତା ହାତୀ ଆତଙ୍କ। ହାତୀ ଆକ୍ରମଣରେ ରାଜଗାଙ୍ଗପୁର ବନଖଣ୍ଡର ଲୋଧାବସା ଗାଁର ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଟଙ୍କ କେର୍କେଟା।
Advertisment
ଭୋରରୁ ଶୌଚ କରିବାକୁ ଯାଇଥିବା ବେଳେ ତାଙ୍କୁ ହାତୀ ଦଳି ଦେଇଥିଲା। ଗୁରୁତର ଅବସ୍ଥାରେ ରାଜଗାଙ୍ଗପୁର ହସ୍ପିଟାଲକୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।
ବନ ବିଭାଗ ପକ୍ଷରୁ ହାତୀକୁ ଘଉଡାଇବାପାଇଁ ଉଦ୍ୟମ କରାଯାଉଛି। ଦନ୍ତା ହାତୀଟି ଦଳରୁ ଅଲଗା ହୋଇଯାଇଥିବାରୁ ହିଂସ୍ର ହୋଇ ଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ବର୍ଷକ ମଧ୍ୟରେ ହାତୀ ଆକ୍ରମଣରେ ରାଜଗାଙ୍ଗପୁର ଓ ବୀରମିତ୍ରପୁର ବନଖଣ୍ଡରେ ୬ଜଣଙ୍କ ମୃତ୍ୟୁ ହେଲାଣି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/elephant-26_1626502084.jpg)