Advertisment

ସୁପ୍ରିମକୋର୍ଟଙ୍କ ଲୋକାୟୁକ୍ତ ଛାଟ ପରେ ଚେଇଁଲେ ସରକାର

ଭୁବନେଶ୍ୱର: ଲୋକାୟୁକ୍ତକୁ ରାଜ୍ୟ କ୍ୟାବିନେଟର ମୋହର ବାଜିବାର ଗୋଟିଏ ମାସ ଆଠ ଦିନ ପରେ  ବିଧାନସଭାରେ ପାରିତ ହେଲା ବିଲ। ସେତେବେଳେ ଏଭଳି ବିଲ୍ ପାରିତ କରିବାରେ ଦେଶରେ ପ୍ରଥମ ବୋଲି  କହି ବାହାବା ବି ନେଲେ ସରକାର। ତେବେ ବିଡ଼ମ୍ବନାର କଥା  ବିଲ୍‌ କିନ୍ତୁ ଆଇନରେ ପରିଣତ ହୋଇପାରିଲା ନାହିଁ କି ଲୋକାୟୁକ୍ତ ନିଯୁକ୍ତ ହେଲେନି। ୪ ବର୍ଷ ୫ ମାସ ପରେ ସୁପ୍ରିମକୋର୍ଟର ଛାଟ ଲାଗିବା ପରେ ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ […]

ସୁପ୍ରିମକୋର୍ଟଙ୍କ ଲୋକାୟୁକ୍ତ ଛାଟ ପରେ ଚେଇଁଲେ ସରକାର

vlcsnap-error064

Advertisment

ଭୁବନେଶ୍ୱର: ଲୋକାୟୁକ୍ତକୁ ରାଜ୍ୟ କ୍ୟାବିନେଟର ମୋହର ବାଜିବାର ଗୋଟିଏ ମାସ ଆଠ ଦିନ ପରେ  ବିଧାନସଭାରେ ପାରିତ ହେଲା ବିଲ। ସେତେବେଳେ ଏଭଳି ବିଲ୍ ପାରିତ କରିବାରେ ଦେଶରେ ପ୍ରଥମ ବୋଲି  କହି ବାହାବା ବି ନେଲେ ସରକାର। ତେବେ ବିଡ଼ମ୍ବନାର କଥା  ବିଲ୍‌ କିନ୍ତୁ ଆଇନରେ ପରିଣତ ହୋଇପାରିଲା ନାହିଁ କି ଲୋକାୟୁକ୍ତ ନିଯୁକ୍ତ ହେଲେନି।vlcsnap-error126

Advertisment

୪ ବର୍ଷ ୫ ମାସ ପରେ ସୁପ୍ରିମକୋର୍ଟର ଛାଟ ଲାଗିବା ପରେ ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରକାଶ କରିଛନ୍ତି ବିଜ୍ଞପ୍ତି। ଲୋକାୟୁକ୍ତ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମଟି ଗଠନ ହେବ। ଏଥିରେ ବିଧାନସଭାର ବାଚସ୍ପତି, ବିରୋଧୀ ଦଳ ନେତା ବି ରହିବେ। ଏ ତିନିଜଣ ମିଶି ଚତୁର୍ଥ ସଦସ୍ୟଙ୍କ ନାଁ ସୁପାରିଶ କରିବା ପରେ ରାଜ୍ୟପାଳ ତାଙ୍କୁ ନିଯୁକ୍ତି ଦେବେ। ପୁଣି ଚୟନ କମିଟି ଏକ ପାଞ୍ଚଜଣିଆ ସର୍ଚ୍ଚ କମିଟି ବାଛିବେ। ଏହି ସର୍ଚ୍ଚ କମିଟି ଲୋକୟୁକ୍ତ ଓ ସଦସ୍ୟଙ୍କୁ ବାଛି ଚୟନ କମିଟିର ବିଚାର ପାଇଁ ସୁପାରିଶ କରିବେ। ସରକାର ଆରମ୍ଭ କରିଥିବା ଏ ସମସ୍ତ ପ୍ରକିୟା ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ  କରିବେ।vlcsnap-error804

ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠକୁ ନେଇ ଗତ ବିଧାନସଭାରେ ତୁମ୍ବିତୋଫାନ କରିଥିଲେ ବିରୋଧୀ। ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ନକରି ସରକାର ଭୁଲ୍‌ ସତ୍ୟପାଠ କରିଥିବା ଅଭିଯୋଗ ଆଣିଥିଲେ ଉଭୟ କଂଗ୍ରେସ ଓ ବିଜେପି। ୯ ଏପ୍ରିଲରେ ମୁଖ୍ୟଶାସନ ସଚିବ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ଏଥିରେ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରିବାକୁ ସରକାର ପଦକ୍ଷେପ ନେଉଥିବା କଥା ଦର୍ଶାଇଥିଲେ। ୨୦୧୪ରେ ପାରିତ ବିଲ୍‌କୁ ୨୦୧୫ରେ ରାଷ୍ଟ୍ରପତି ଅନୁମୋଦନ ଦେଇଥିଲେ ବି ଏହାକୁ କାର୍ଯ୍ୟକାରି କରିପାରି ନଥିଲେ ସରକାର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ